29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆପାର୍ଟମେଣ୍ଟରେ ଭୟଙ୍କର ନିଆଁ; ୪ ମୃତ, ୧୯ ନିଖୋଜ

ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ; ୪ ମୃତ, ୧୯ ନିଖୋଜ

ଭାଲେନ୍ସିଆ: ପୂର୍ବ ସ୍ପେନର ଭାଲେନ୍ସିଆ ସହରରେ ଗୁରୁବାର ଦୁଇଟି ଉଚ୍ଚ ଆପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ନିଖୋଜ ଅଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡ ପରେ ଆପାର୍ଟମେଣ୍ଟ ଦୁଇଟିରେ ଥିବା ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରିଥିଲେ ।ଏକ ୧୪ ମହଲା ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଧିକାରୀମାନେ କହିଛନ୍ତି ।

ଅଗ୍ନିଶମ କର୍ମଚାରୀମାନେ ଏକ କ୍ରେନ୍ ସାହାଯ୍ୟରେ ଦୁଇ ଜଣଙ୍କୁ ବାଲକୋନିରୁ ସୁରକ୍ଷିତ ସ୍ଥାନକୁ ଆଣିଥିଲେ । ଭାଲେନ୍ସିଆର ସହକାରୀ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଜର୍ଜ ସୁଆରେଜ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ସ୍ପେନର ସାମରିକ ଜରୁରୀକାଳୀନ ସେବା ୟୁନିଟ୍ର କର୍ମଚାରୀମାନେ ମଧ୍ୟ ମୁତୟନ ହୋଇଥିଲେ । କିନ୍ତୁ ଆହୁରି ୧୯ ଜଣ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଅଛନ୍ତି । ଘଟଣା ସମୟରେ ଦୁଇଟି ଆପାର୍ଟମେଣ୍ଟରେ ସମୁଦାୟ କେତେ ଲୋକ ଥିଲେ କିମ୍ବା କେତେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking