ରାଉରକେଲା : ଟେନସା ବରସୁଆଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜରଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମୋତିଲାଲ ପାଲ। ସେ ଗେଷ୍ଟ ହାଉସରେ ଏକାକୀ ରହୁଥିଲେ। ତାଙ୍କୁ କେହି ପିଟିପିଟି ମାରିଦେଇଥିବା ସନ୍ଦେହ କରାଯାଉଛି। ଜିନ୍ଦଲ ଅଧିକାରୀ ଓ ଲହୁଣୀପଡ଼ା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।ସୂଚନା ଅନୁଯାୟୀ ମୋତିଲାଲ ଜିନ୍ଦଲ ଚାକିରିରୁ ଅବସର ନେବା ପରେ ତାଙ୍କୁ ପୁଣି ବରସୁଆଁ ଖଣିରେ ଲଜିଷ୍ଟକାଲ ମ୍ୟାନେଜେର ଭାବେ ନିଯୁକ୍ତି ଦିଆ ଯାଇଥିଲା।
ବରସୁଆଁ ରେଳ ସାଇଡିଂଠାରେ ଗତ ବର୍ଷଠାରୁ ବହୁ ସମୟରେ ଉତ୍ତେଜନା ଲାଗି ରହିଥିଲା। ସେ ଗେଷ୍ଟ ହାଉସରେ ଏକାକୀ ରହୁଥିଲେ। ପ୍ରତିଦିନ ପରି ଗତକାଲି ରାତିରେ ଖାଇପିଇ ଶୋଇଥିଲେ ସେ। ଆଜି ସକାଳୁ ଗେଷ୍ଟ ହାଉସ ୱେଟର ମୋତିଲାଲଙ୍କୁ ଚା ଦେବାକୁ ଯାଇଥିଲେ। ମାତ୍ର ରୁମରେ ମୋତିଲାଲଙ୍କ ରକ୍ତ ଜୁଡୁବୁଡ଼ୁୁ ଶବ ପଡ଼ିଥିବା ଦେଖି ଜିନ୍ଦଲ କର୍ତ୍ତୃପକ୍ଷ ଲହୁଣୀପଡ଼ା ଥାନାକୁ ଖବର ଦେଇଥିଲେ।