19.1 C
Bhubaneswar
Saturday, January 25, 2025
Homeଓଡିଶା୧୩ରୁ ଗ୍ରିଡକୋକୁ ପ୍ରତି ଦିନ ୧୨୦ ମେଗାୱାଟ ବିଦ୍ୟୁତ ଦେବ ଜିନ୍ଦଲ

୧୩ରୁ ଗ୍ରିଡକୋକୁ ପ୍ରତି ଦିନ ୧୨୦ ମେଗାୱାଟ ବିଦ୍ୟୁତ ଦେବ ଜିନ୍ଦଲ

କଟକ : ରାଜ୍ୟରେ ବିଦ୍ୟୁତ ସଂକଟ ଉଦ୍‌ବେଗଜନକ ଥିଲା ବେଳେ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ୧୨୦ ମେଗାୱାଟ ବିଦ୍ୟୁତ ଗ୍ରିଡକୋକୁ ଯୋଗାଇବାକୁ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାୱାର ଲିମିଟେଡକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଜଷ୍ଟିସ ଶତ୍ରୁଘନ ପୂଜାହାରୀ ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରି ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି । ୟୁନିଟ ପିଛା ୩ ଟଙ୍କା ୩୬ ପଇସା ଦରରେ ଜିନ୍ଦଲ ପ୍ରତିଦିନ ୧୨୦ ମେଗାୱାଟ ବିଦ୍ୟୁତ ଗ୍ରିଡକୋକୁ ଯୋଗାଇବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଜିନ୍ଦଲ ମେ’ ୧୩ ତାରିଖ ସୁଦ୍ଧା ୧୨୦ ମେଗାୱାଟ ବିଦ୍ୟୁତ୍ ଯୋଗଣ କରିବ ବୋଲି ହାଇକୋର୍ଟ କହିଛନ୍ତି ।

ଜିନ୍ଦଲ ପକ୍ଷରୁ ବିଲ୍ ଦାଖଲର ଏକ ସପ୍ତାହ ଭିତରେ ଗ୍ରିଡକୋ ଏ ବିଦ୍ୟୁତ୍ ବାବଦ ଦେୟ ପ୍ରଦାନ କରିବ । ଏଭଳି ବ୍ୟବସ୍ଥା ଜୁଲାଇ ଶେଷ ପର୍ଯ୍ୟନ୍ତ କିମ୍ବା ଏ ସଂକ୍ରାନ୍ତ ରିଟ୍ ପିଟିସନର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ଜାରି ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବିଦ୍ୟୁତ ସଂକଟକୁ ଦୃଷ୍ଟିରେ ରଖି ଏହି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ ପୂର୍ବରୁ ଜିନ୍ଦଲ ୬୫ ମେଗାୱାଟ ବିଦ୍ୟୁତ ଗ୍ରିଡକୋକୁ ଏପ୍ରିଲ ୨୮/୨୯ ମଧ୍ୟରାତ୍ରରୁ ଯୋଗାଣ ଆରମ୍ଭ କରିଥିଲା । ତେବେ ଏଭଳି ସ୍ଥିତିରେ ୧୨୦ ମେଗାୱାଟକୁ ବିଦ୍ୟୁତ ଯୋଗାଣ ବୃଦ୍ଧି ପ୍ରସଂଗରେ ତ୍ୱରିତ ପଦକ୍ଷେପ ଜିନ୍ଦଲ ଗ୍ରହଣ କରିବ ବୋଲି ଅଦାଲତ ଆଶାବ୍ୟକ୍ତ କରିଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଜୁଲାଇ ୨୦ରେ ପାଇଁ ଧାର୍ଯ୍ୟ କରିଛନ୍ତିି । ସୂଚନାଯୋଗ୍ୟ ଯେ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନି ଜିନ୍ଦଲ ରାଜ୍ୟରେ ଦୁଇଟି ୟୁନିଟରେ ହଜାରେ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଥର୍ମାଲ ପ୍ଲାଣ୍ଟ ବସାଇଥିଲା । ରାଜ୍ୟ ସରକାରଙ୍କ ସହିତ ୨୦୦୬, ସେପ୍େଟମ୍ବର ୨୬ରେ କମ୍ପାନି ଏମଓୟୁ ସ୍ୱାକ୍ଷର କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କୋଇଲା ଯୋଗାଣ, ବିଦ୍ୟୁତ ୟୁନିଟ ପିଛା ଦର ଓ ଅନ୍ୟାନ୍ୟ ପ୍ରସଂଗକୁ ନେଇ ବିବାଦ ଦେଖା ଦେଇଥିଲା । ଏଣୁ ଜିନ୍ଦଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାମଲା ବିଚାରାଧୀନ ଥିବା ବେଳେ ଗ୍ରିଡକୋ ପକ୍ଷରୁ ଏମଓୟୁ ଅନୁସାରେ ନିର୍ଦ୍ଧାରିତ ଦରରେ ବିଦ୍ୟୁତ ଯୋଗାଣ ପାଇଁ ଜିନ୍ଦଲ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଉ ହାଇକୋର୍ଟରେ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking