33.1 C
Bhubaneswar
Friday, May 3, 2024
Homeଓଡିଶାଝାରସୁଗୁଡ଼ା ଉପନିର୍ବାଚନ: ପ୍ରସ୍ତୁତ ରଣକ୍ଷେତ୍ର; ବଢ଼ୁଛି ନିର୍ବାଚନୀ ଉଷ୍ଣତା

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରସ୍ତୁତ ରଣକ୍ଷେତ୍ର; ବଢ଼ୁଛି ନିର୍ବାଚନୀ ଉଷ୍ଣତା

– ବୁଧବାର ସୁଦ୍ଧା ଘୋଷିତ ପ୍ରାର୍ଥୀ ନାମାଙ୍କନ ଭରିନାହାନ୍ତି
– ତିନି ଦଳ ମଧ୍ୟରେ କାଣ୍ଟେ କା ଟକ୍କର ସମ୍ଭାବନା
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଶାସକ ବିେଜେଡି ବ୍ୟତୀତ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ଏବଂ ଝାରସୁଗୁଡ଼ାର ୩ ଥରର ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ହେଲେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କାହାରି ନାମ ଘୋଷଣା ହୋଇ ନାହିଁ । ଘୋଷିତ ଦୁଇ ପ୍ରାର୍ଥୀ ନାମାଙ୍କନ ଭରିନାହାନ୍ତି । ଅଥଚ ଶାସକ ଦଳ ଜୋର୍‌ସୋର୍‌ରେ ପ୍ରଚାର ଆରମ୍ଭ କରିଛି । ଫଳରେ ଝାରସୁଗୁଡ଼ା ନିର୍ବାଚନ କ୍ଷେତ୍ରରେ ନିର୍ବାଚନୀ ପ୍ରଥମରୁ ଉଷ୍ଣତା ବଢ଼ିଥିବା ଦେଖାଯାଇଛି । ତେବେ ଆଗକୁ ତିନି ଦଳ ମଧ୍ୟରେ ‘କାଣ୍ଟେ କା ଟକ୍କର’ ହେବା ଜଣାପଡ଼ୁଛି ।

ଭାରତ ନିର୍ବାଚନ ଆୟୋଗଙ୍କ ଉପନିର୍ବାଚନ ଘୋଷଣା ଅନୁସାରେ ଅପ୍ରେଲ ୧୩ରେ ଗେଜେଟ୍ ନୋଟିଫିକେସନ୍ ଅପ୍ରେଲ ୨୦ରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ, ଅପ୍ରେଲ ୨୧ରେ ନାମାଙ୍କନ ପତ୍ର ଯାଞ୍ଚ, ଅପ୍ରେଲ ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ମଇ ୧୦ରେ ଭୋଟ ଗ୍ରହଣ, ମଇ ୧୩ରେ ଭୋଟ୍ ଗଣନା କରାଯିବା ସହ ମଇ ମାସ ୧୫ ସୁଦ୍ଧା ଉପନିର୍ବାଚନ ସଂପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହେବ । ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ହେଉଛି ଶେଷ ଉପନିର୍ବାଚନ । ସେଥିପାଇଁ କୌଣସି ଦଳ ଏହାକୁ ହାଲୁକା ଭାବରେ ନ ନେଇନାହାନ୍ତି । ସେଥିପାଇଁ ରଣନୀତି ଶାଣିତ କରିବା ସ୍ୱାଭାବିକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ଲକ୍ ଓ ଗାଁ ସ୍ତରରେ ନେତାଙ୍କୁ ସଜେଇ ସାରିଥିଲାବେଳେ ବିରୋଧୀ ଏବେବି ଅଙ୍କ କଷା ଶେଷ କରିନାହାନ୍ତି ।

ନାମାଙ୍କନ ବି କେହି ଭରି ନାହାନ୍ତି । ଦୀପାଳି ପ୍ରାର୍ଥୀପତ୍ର ଦାଖଲ ନ କରି ବି ପ୍ରଚାର ଆରମ୍ଭ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଝାରସୁଗଡ଼ାର କୋଲାବିରାରେ ଶାସକ ଦଳ ପକ୍ଷରୁ ଏକ ସଭା ଆୟୋଜନ ହୋଇଥିଲା । ସନ୍ଧ୍ୟାରେ କରିମିରା ବ୍ଲକ୍‌ରେ ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, କୋଲାବିରା ବ୍ଲକ୍ ଦାୟିତ୍ୱରେ ଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଟୁକୁନି ସାହୁ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ବ୍ୟତୀତ ଦିବଂଗତ ନବ ଦାସଙ୍କ ଝିଅ ବିଶାଳ ଦାସ ଦଳୀୟ ପ୍ରାର୍ଥୀ ଦୀପାଳିଙ୍କ ପାଇଁ ଭୋଟ୍ ମାଗିଛନ୍ତି । ବ୍ରଜରାଜନଗର ଓ ପଦ୍ମପୁର ଭଳି ଝାରସୁଗଡ଼ାରେ ବିପୁଳ ବ୍ୟବଧାନରେ ଦଳ ବିଜୟୀ ହେବ ଲକ୍ଷ୍ୟ ରଖିଛି ଦୀପାଳୀ ପ୍ରକାଶ କରଛନ୍ତି ।

ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସରଗରମ ସ୍ଥିତିକୁ ଦେଖି ସବୁ ବୁଥ୍‌ରେ ଶତ ପ୍ରତିଶତ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପୂର୍ବରୁ ନିକୁଞ୍ଜ ବିହାରୀ ଧଳ ଘୋଷଣା କରିଥିଲେ । ସେ କହିଥିଲେ, ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ୱାରା କୌଣସି ଲୋଭନୀୟ ପ୍ରସ୍ତାବ କିମ୍ବା ଆର୍ôଥକ ସହାୟତା ଭୋଟର୍‌ଙ୍କୁ ଯଚାଯାଇ ପାରିବନାହିଁ । ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ କିମ୍ବା ରାଜନୈତିକ ଦଳମାନେ ପ୍ରଚାର ଗାଡ଼ିରେ ମାଇକ୍ ବାନ୍ଧି ରାତି ୧୦ ଘଟିକା ଠାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେନାହିଁ । ଆଦର୍ଶ ଆଚରଣ ବିଧି ଜିଲ୍ଲାରେ ବଳବତ୍ତର ଥିବାବେଳେ କୌଣସି ପ୍ରକାରର ଅନୁଦାନ ଯଥା ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଅନୁଦାନ ଅର୍ଥ ପ୍ରଦାନ କରାଯାଇପାରିବ ନାହିଁ । ପୂର୍ବରୁ ଚାଲୁ ରହିଥିବା ସମସ୍ତ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିବ । ନୂତନ ପ୍ରକଳ୍ପକାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ । ଏଥିରେ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking