19.1 C
Bhubaneswar
Thursday, December 26, 2024
Homeଓଡିଶାଝାରସୁଗୁଡ଼ା ଟକ୍କର: ଭୋଟ୍ ଗ୍ରହଣ ଆଜି; ନିର୍ବାଚନୀ ମୈଦାନରେ ୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଝାରସୁଗୁଡ଼ା ଟକ୍କର: ଭୋଟ୍ ଗ୍ରହଣ ଆଜି; ନିର୍ବାଚନୀ ମୈଦାନରେ ୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

– ୨.୨୧ ଲକ୍ଷ ଭୋଟର କରିବେ ମତସାବ୍ୟସ୍ତ
– ୨୫୩ ବୁଥ୍ ମଧ୍ୟରୁ ୧୦୬ ସମ୍ବେଦନଶୀଳ
– ଆଇନଶୃଙ୍ଖଳା ରକ୍ଷା ପାଇଁ ୫ ଜୋନ୍‌ରେ ବିଭକ୍ତ
– ୯ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
ଭୁବନେଶ୍ୱର: ଝାରସୁଗୁଡ଼ା ଟକ୍କ୍‌ର । ଭୋଟ୍ ଗ୍ରହଣ ଆଜି । ନିର୍ବାଚନୀ ମୈଦାନରେ ଥିବା ୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ସମୁଦାୟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର୍ ନିଜର ମତଦାନ ସାବ୍ୟସ୍ତ କରିବେ । ସକାଳ ୭ଟାରୁ ସଂଧ୍ୟା ୬ଟା ଭୋଟିଂ ଚାଲିବ । ୧୯୭ ଟି ସ୍ଥାନରେ ୨୫୩ ବୁଥ୍‌ରେ ଭୋଟିଂ ହେବ । ସମୁଦାୟ ୨୫୩ ବୁଥ୍ ମଧ୍ୟରୁ ୧୦୬ ସମ୍ବେଦନଶୀଳ ଥିବାରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ଝାରସୁଗୁଡ଼ା ନିର୍ବାଚନ କ୍ଷେତ୍ରକୁ ୫ ଜୋନ୍‌ରେ ବିଭକ୍ତ କରାଯାଇଛି । ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଣମାଧ୍ୟମକୁ କହିଛନ୍ତି ଯେ, ସବୁ ପ୍ରସ୍ତୁତି ଶେଷ ହୋଇଛି । କେବଳ ଶାନ୍ତିପୂର୍ଣ୍ଣ ଭୋଟ୍‌ଦାନକୁ ଅପେକ୍ଷା । ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ମୋଟ ୯ ଜଣ ପ୍ରାର୍ଥୀ ଅଛନ୍ତି ।

ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ହୋଇଛନ୍ତି । ବୁଧବାର ଭୋଟ୍ ପରେ ୧୩ରେ ଭୋଟଗଣତି ହେବ । ତେବେ ଉକ୍ତ ଉପନିର୍ବାଚନରେ ମୋଟ୍ ୨ ଲକ୍ଷ ୨୧ ହଜାର ୭୩ ଜଣ ମତଦାତା ମଧ୍ୟରୁ ୧ ଲକ୍ଷ ୧୦ ହଜାର ୩୨୩ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ମହିଳା ଓ ୬୩ ଜଣ ଅନ୍ୟାନ୍ୟ ଭୋଟର୍ ନିଜର ମତସାବ୍ୟସ୍ତ କରିବେ । ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା ସହ ପାନୀୟ ଜଳ ଯୋଗାଇ ଦିଆଯାଇଛି । ତେଣୁ ବହୁମାତ୍ରାରେ ଭୋଟର ଆସି ଭୋଟ୍ ଦେବା ପାଇଁ ଅନୁରୋଧ କରାଯାଇଛି । ନିର୍ବାଚନ ପାଇଁ ଭୋଟରଙ୍କୁ ସବୈତନ ଛୁଟି ଦେବାକୁ ସରକାରୀ ଓ ବେସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀ ଧଳ କହିଛନ୍ତି ଯେ, ଉପନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରାଇବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ମତଦାନ ପାଇଁ ୧୧୯୪ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅତିରିକ୍ତ ୯୬ ପୋଲିଂ କର୍ମଚାରୀଙ୍କୁ ରିଜର୍ଭ ରଖାଯାଇଛି । ୬୯ ବୁଥ୍‌ରେ ମାଇକ୍ରୋ ଅବଜଭର ନିୟୋଜିତ ହୋଇଛନ୍ତି । ୧୦୬ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମାଇକ୍ରୋ ଅବଜର୍ଭର ରହିବେ ସମସ୍ତ ୨୫୩ ବୁଥ୍‌ରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ନିର୍ବାଚନମଣ୍ଡଳୀକୁ ୫ଟି ଜୋନ୍ ରେ ବିଭକ୍ତ କରାଯାଇଛି । ଓଡ଼ିଶା ପୁଲିସର ୧୯ ପ୍ଲାଟୁନ୍ ଫୋର୍ସ, ୩୦୦ ଓଆର୍ କନେଷ୍ଟବଳ, ୧୫୦ ହୋମଗାର୍ଡ, ୧୦୦ ଅଫିସରଙ୍କୁ ନିୟୋଜିତ ହୋଇଛନ୍ତି । ୭ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ୧୪୪ ବୁଥ୍ ଉପରେ ବିଶେଷ ନଜର ରଖବାର ବ୍ୟବସ୍ଥା ହୋଇଛି । ତେଣୁ ଶାନ୍ତି ଓ ଶୃଙ୍ଖଳାର ସହ ମତଦାନ ଶେଷ କରିବାକୁ ମିଳିତ ଉଦ୍ୟମ ଲୋଡ଼ା ବୋଲି ଶ୍ରୀ ଧଳ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking