32.1 C
Bhubaneswar
Friday, October 18, 2024
Homeଓଡିଶାଘୋଷଣା ହେଲା ଜେଇଇ ମେନ୍ ତାରିଖ

ଘୋଷଣା ହେଲା ଜେଇଇ ମେନ୍ ତାରିଖ

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆଜି ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ଏନଟିଏ ପରୀକ୍ଷା କ୍ୟାଲେଣ୍ଡର ୨୦୨୪ ଜାରି କରାଯାଇଛି। ଆସନ୍ତା ବର୍ଷ ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ nta.ac.in ରେ ଥିବା ଏନଟିଏର ଅଫିସିଆଲ ଓ୍ବେବସାଇଟରେ ପରୀକ୍ଷା ତାରିଖ ଯାଞ୍ଚ କରିପାରିବେ।

ପ୍ରକାଶ ପାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଯୁଗ୍ମ ପ୍ରବେଶିକା ମେନ୍ ପରୀକ୍ଷା ୨୦୨୪ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜେଇଇ ମେନ୍ ୨୦୨୪ ସେସନ୍-୧ ୨୪ ଜାନୁଆରୀରୁ ୧ ଫେବୃଆରୀ ୨୦୨୪ ମଧ୍ୟରେ ଏବଂ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ।

ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ନିଟ୍ (ୟୁଜି) ୨୦୨୪ ମେ ୫, ୨୦୨୪ ରେ ଲିଖିତ ଆକାରରେ ଓଏମଆର ସିଟରେ ପରୀକ୍ଷା ହେବ।

ସୂଚନାଯୋଗ୍ୟ ଯେ, ନିଟ୍ ୟୁଜି ପରୀକ୍ଷା ୨୦୨୪ର ରେଜଲ୍ଟ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ – ଅଣ୍ଡର ଗ୍ରାଜୁଏଟ୍ ମେ’ ୧୫ରୁ ମେ’ ୩୧, ୨୦୨୪ ମଧ୍ୟରେ ଏବଂ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ, ପୋଷ୍ଟ ଗ୍ରାଜୁଏଟ୍ ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୨୮ ମଧ୍ୟରେ ଅନୁଷ୍ଠିତ ହେବ।

ପରୀକ୍ଷା ଶେଷ ହେବାର ତିନି ସପ୍ତାହ ମଧ୍ୟରେ ସମସ୍ତ ସିବିଟି ପରୀକ୍ଷା ଫଳ ଘୋଷଣା କରାଯିବ। ନିଟ୍ (ୟୁଜି) ୨୦୨୪ ପାଇଁ, ଫଳାଫଳ ଜୁନ୍ ୨୦୨୪ ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking