ନୂଆଦିଲ୍ଲୀ: ଲାଟେଷ୍ଟ ଅପଡେଟ ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଜେଇଇ ମେନ ଓ ନିଟ୍ ୨୦୨୧ ମେଡିକାଲ ଏଣ୍ଟ୍ରାନ୍ସ ଏକ୍ସାମର ଲମ୍ବିତ ସେସନ ଆୟୋଜିତ କରିବା ଯୋଜନା କିମ୍ବା ଫାଇନାଲ ପ୍ରପୋଜାଲ ଆଜି ଶିକ୍ଷା ମନ୍ତ୍ରାଳୟ ନିକଟରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି । ଦେଶର ଇଂଜିନିୟରିଂ ଓ ମେଡିକାଲ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆଶ୍ୱସ୍ତିକର ଖବର । କାରଣ ବୋର୍ଡ ପରୀକ୍ଷାଙ୍କୁ ବାତିଲ କରିବା ପରେ ଓ କୋଭିଡ ୧୯ ମହାମାରୀ ପାଇଁ ରାଷ୍ଟ୍ରୀୟ ସ୍ତରରେ ପ୍ରବେଶ ପରୀକ୍ଷାକୁ ସ୍ଥଗିତ କରିବା ପରେ ଅନିଶ୍ଚିତତା ଭୟରେ ସମସ୍ତ ଅଛନ୍ତି । ହେଲେ ମନ୍ତ୍ରାଳୟର ମଂଜୁରୀ ପରେ ଜେଇଇ ମେନ ୨୦୨୧ ପରୀକ୍ଷା ତାରିଖ ଓ ନିଟ୍ ୨୦୨୧ ଆବେଦନ ସଂପୂର୍ଣ୍ଣ ବିବରଣୀ ଖୁବ ଶୀଘ୍ର ଏନଟିଏ ଦ୍ୱାରା ନୋଟିଫାଏଡ ହେବାର ଆଶଙ୍କା କରାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ଜେଇଇ ମେନ ୨୦୨୧ ଏବଂ ନିଟ୍ ୨୦୨୧ ପରୀକ୍ଷା ଜୁଲାଇ ଶେଷ କିମ୍ବା ଅଗଷ୍ଟ ଆରମ୍ଭରେ ଅନୁଷ୍ଠିତ ହୋଇପାରେ ।