29.1 C
Bhubaneswar
Sunday, May 19, 2024
Homeଓଡିଶାଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ; ଏସ. ଭେଙ୍କଟ ଦେଶ ଓ ପ୍ରିୟଙ୍କା ସର୍ ରାଜ୍ୟ...

ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ; ଏସ. ଭେଙ୍କଟ ଦେଶ ଓ ପ୍ରିୟଙ୍କା ସର୍ ରାଜ୍ୟ ଟପ୍ପର

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହା ସହିତ ଏନ୍‌ଟିଏ ପକ୍ଷରୁ ୨ଟି ପର୍ଯ୍ୟାୟର ରେଜଲ୍ଟକୁ ମିଶାଇ ଚୁଡ଼ାନ୍ତ ମେଧା ତାଲିକା ପ୍ରକାଶିତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ଭାଷାରେ ପରୀକ୍ଷା ଦେଇଥିଲେ ମୋଟ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ମୋଟ ୧୧ ଲକ୍ଷ ୧୩ ହଜାର ୩୨୫ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଇଥିବା ବେଳେ ୪୩ ଜଣ ପରୀକ୍ଷାର୍ଥୀ ଶହେ ପର୍ସେଣ୍ଟାଇଲ୍ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୦୦ ଏନ୍‌ଟିଏ ସ୍କୋର୍ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ତେଲେଙ୍ଗାନା, ୫ ରାଜସ୍ଥାନ, ୪ ଉତ୍ତର ପ୍ରଦେଶ, ୩ କର୍ଣ୍ଣାଟକ, ଦୁଇଜଣ ଲେଖାଏଁ ମହାରାଷ୍ଟ୍ର ଓ ଦିଲ୍ଲୀର ହୋଇଥିବା ବେଳେ ହରିୟାଣା, ଚଣ୍ଡିଗଡ. ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ତାମିଲନାଡ଼ୁରୁ ଜଣେ ଲେଖାଏଁ ରହିଛନ୍ତି । ତେଲେଙ୍ଗାନାର ଏସ. ଭେଙ୍କଟ କୌଣ୍ଡନ୍ୟ ଟପ୍ପର ତାଲିକାରେ ଶୀର୍ଷରେ ରହିଛନ୍ତି । ସେହିପରି ଓଡ଼ିଶାର ପ୍ରିୟଙ୍କା ସର୍ ୯୯.୯୮୫୪ ପର୍ସେଣ୍ଟାଇଲ୍ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି । ସେ ଆଇଆଇଟି ମୁମ୍ବାଇରେ ଅଧ୍ୟୟନ ପାଇଁ ଲକ୍ଷ୍ୟ ରଖିଥିବାବେଳେ ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବାର ଆଶା ରଖିଛନ୍ତି ।

ଅପରପକ୍ଷେ ମହିଳା ବର୍ଗରେ ରିଦ୍ଧି କମଳେଶ୍ ମାହେଶ୍ୱରୀ ଶହେ ପର୍ସେଣ୍ଟାଇଲ ନମ୍ବର ରଖି ଦେଶର ଛାତ୍ରୀମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏନଟିଏ ପକ୍ଷରୁ ମଧ୍ୟ ଜେଇଇ ଆଡଭାନ୍ସଡ ସର୍ବନିମ୍ନ କଟଅଫ୍ ପ୍ରକାଶ ପାଇଛି । ଜେଇଇ ଆଡଭାନ୍ସ ପାଇଁ ସାଧାରଣ ବର୍ଗର କଟଅଫ୍ ୯୦.୭୭୮୯ ଓ ଆର୍ôଥକ ଦୁର୍ବଳ ଶ୍ରେଣୀ(ଇଡବ୍ଲ୍ୟଏସ୍‌) ବର୍ଗର କଟଅଫ୍ ୭୫.୬୨୨୯ ପର୍ସେଣ୍ଟାଇଲ୍ ରହିଥିବାବେଳେ ଓବିସି ବର୍ଗରେ ୭୩.୬୧୧୪, ଅନୁସୂଚିତ ଜାତି-୫୧.୯୭୭୬, ଅନୁସୂଚିତ ଜନଜାତି- ୩୭.୨୩୪୮ ପର୍ସେଣ୍ଟାଇଲ୍ ନମ୍ବର ରହିଛି । ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଏନଟିଏ ଦର୍ଶାଇଛି । ସୂଚନାଯୋଗ୍ୟ ଚଳିତ ବର୍ଷ ମୋଟ୍ ୨ ପର୍ଯ୍ୟାୟରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ସର୍ବଭାରତୀୟ ସ୍ତରରେ ପରୀକ୍ଷା ପାଇଁ ମୋଟ ୧୧ ଲକ୍ଷ ୬୨ ହଜାର ୩୯୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବାବେଳେ ୧୧ ଲକ୍ଷ ୧୩ ହଜାର ୩୨୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୨୩,୧୧୨ ଜଣ ପରୀକ୍ଷାର୍ଥୀ ରେଗୁଲାର ବର୍ଗର ହୋଇଥିବାବେଳେ ୧,୨୦,୪୯୫ଜଣ ଇଡବ୍ଲ୍ୟଏସ୍‌, ୪,୨୨,୬୮୦ ଓବିସି, ୧,୦୬,୩୩୫ ଏସ୍‌ସି, ୩୭,୬୫୭ଜଣ ଏସ୍‌ଟି ଓ ୩୦୪୬ ଜଣ ଛାତ୍ରଛାତ୍ରୀ ଦିବ୍ୟାଙ୍କ ବର୍ଗର ଥିଲେ । ୧୫ ଜଣ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଓି୍ୱଥହେଲ୍ଡ ରଖାଯାଇଛି । ପେପର-୨ର ବି.ଆର୍କ ଓ ବି. ପ୍ଲାନ୍ ରେଜଲ୍ଟ ବିଳମ୍ବରେ ପ୍ରକାଶ ପାଇବ ବୋଲି ଏନଟିଏର ନିର୍ଦ୍ଦେଶକ ସାଧନା ପରାସର ସୂଚନା ଦେଇଛନ୍ତି । ତେବେ ଛାତ୍ରଛାତ୍ରୀ ସେମାନଙ୍କ ନମ୍ବର ସମ୍ପର୍କିତ ତଥ୍ୟ ଏନଟିଏର ୱେବ ସାଇଟ୍ ମାଧ୍ୟମରେ ପାଇ ପାରିବେ ବୋଲି ଏନଟିଏ ଦର୍ଶାଇଛି । ସେହିପରି ବିଭନ୍ନ ବର୍ଗରେ ଟପ୍ପରଙ୍କ ମଧ୍ୟରୁ ଏସ୍‌ସି ବର୍ଗରେ ଡିପି ସିଂ ଶହେ ପର୍ସେଣ୍ଟାଇଲ୍ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ଏସ୍‌ଟି ବର୍ଗରେ ଡି ଥନୁଜ ୯୯.୯୯୦ ପର୍ସେଣ୍ଟାଇଲ୍ ନମ୍ବର ରଖି ଟପ୍ପର ହୋଇଛନ୍ତି । ପିଡବ୍ୟୁଡି ବର୍ଗରେ ଦିପେନ୍ ସୋଜିତ୍ରା ୯୯.୯୯୫ ପର୍ସେଣ୍ଟାଇଲ୍‌, ସାଧାରଣ-ଇଡବ୍‌ୁ୍ୟଏସରେ କେଏସ୍ ଶ୍ରୀମନ୍ଥ ଶହେ ପର୍ସେଣ୍ଟାଇଲ୍ , ଓବିସି-ଏନ୍‌ସିଏଲ୍ ବଗରେ ଆଲ୍ଲାମ ସୁଜଏ ଶହେ ପର୍ସେଣ୍ଟାଇଲ୍ ମାର୍କ ରଖି ଟପ୍ପର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking