ଭୁବନେଶ୍ୱର: AK 47ରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ। କୋରାପୁଟ ସୁନାବେଡ଼ାରେ 202 କୋବ୍ରା ବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା । ଡ୍ୟୁଟି ସମୟରେ ଶେର ଦିଲୀପ ଆତ୍ମହତ୍ୟା କରିଥିବା ଜଣାପଡିଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜରେ ଶବ ବ୍ୟବଚ୍ଛେଦ ହୋଇଛି । କାହିଁକି କଲେ ଆତ୍ମହତ୍ୟା ହୋଇନି ସ୍ପଷ୍ଟ । ଯାହାକୁ ନେଇ ତନାଘନା ଜାରି ରହିଛି।