24.1 C
Bhubaneswar
Sunday, May 12, 2024
Homeଖେଳଧର୍ମଶାଳା ଟେଷ୍ଟ୍‌ରେ ଫେରିବେ ଜସ୍‌ପ୍ରୀତ୍ ବୁମ୍‌ରା

ଧର୍ମଶାଳା ଟେଷ୍ଟ୍‌ରେ ଫେରିବେ ଜସ୍‌ପ୍ରୀତ୍ ବୁମ୍‌ରା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌ରେ ୩-୧ର ଅପରାଜେୟ ଅଗ୍ରଣୀ ସତ୍ତ୍ୱେ ଧର୍ମଶାଳାରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତି ଟେଷ୍ଟ୍ ପାଇଁ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଅନ୍ତିମ ଟେଷ୍ଟ୍ ମ୍ୟାଚ୍ ପାଇଁ ଷ୍ଟାର୍ ଫାଷ୍ଟ୍ ବୋଲର୍ ଜସ୍‌ପ୍ରୀତ୍ ବୁମ୍‌ରା ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ । କାର୍ଯ୍ୟଭାର ପ୍ରବନ୍ଧନ ପାଇଁ ମହମ୍ମଦ ସିରାଜ୍‌ଙ୍କୁ ପଞ୍ଚମ ଟେଷ୍ଟ୍‌ରେ ବିଶ୍ରାମ ଦିଆଯାଇପାରେ । ଏହା ପୂର୍ବରୁ ରାଞ୍ଚି ଟେଷ୍ଟ୍‌ରେ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିଲା । ମାତ୍ର ଅନ୍ତିମ ଟେଷ୍ଟ୍ ପାଇଁ ସେ ଟିମ୍ ସହ ଯୋଗଦେବେ । ତେବେ ଷ୍ଟାର୍ ବ୍ୟାଟର୍ କେଏଲ୍ ରାହୁଲ ଇଂଲଣ୍ଡରେ ସର୍ଜରୀ କରାଇବାର ଥିବାରୁ ସେ ଏହି ମ୍ୟାଚ୍ ଖେଳିପାରିବେ ନାହିଁ। ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌କୁ ଦୃଷ୍ଟି ରଖି ଟିମ୍ ମ୍ୟାନେଜମେଣ୍ଟ୍ ନୂଆ ରଣନୀତି ପ୍ରସ୍ତୁତ କରିଛି ।

ଟିମ୍‌ର ଦୁଇ ମୁଖ୍ୟ ଫାଷ୍ଟ୍ ବୋଲର୍ ବୁମ୍‌ରା ଓ ସିରାଜ୍‌ଙ୍କ ସମସ୍ତ ୫ ମ୍ୟାଚ୍‌ରେ ଖେଳାଯିବ ନାହିଁ ବୋଲି ସିରିଜ୍ ପୂର୍ବରୁ ସ୍ପଷ୍ଟ ହୋଇଯାଇଥିଲା । ଦୁଇଜଣ ପ୍ରଥମ ଟେଷ୍ଟ୍‌ରେ ଚୂଡ଼ାନ୍ତ ଏକାଦଶରେ ସାମିଲ ଥିଲେ । ତେବେ ଦ୍ୱିତୀୟ ମ୍ୟାଚ୍‌ରେ ସିରାଜ୍‌ଙ୍କୁ ବିଶ୍ରାମ ଦିଆଯାଇଥିଲା । ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ସୁଯୋଗ ମିଳିଥିଲା । ଅବଶ୍ୟ ତୃତୀୟ ଟେଷ୍ଟ୍‌ରେ ପୁଣିଥରେ ବୁମ୍‌ରା ଓ ସିରାଜ୍ ଏକାଠି ଖେଳିଥିଲେ । ତେବେ ରାଜକୋଟରେ ବିଜୟ ପରେ ବୁମ୍‌ରାଙ୍କୁ ବିଶ୍ରାମ ଦେବାକୁ ଟିମ୍‌ରୁ ରିଲିଜ୍ କରିଦିଆଯାଇଥିଲା ।

ଚତୁର୍ଥ ଟେଷ୍ଟ୍‌ରେ ବୁମ୍‌ରାଙ୍କ ସ୍ଥାନରେ ଆକାଶ ଦୀପ୍‌ଙ୍କୁ ଟେଷ୍ଟ୍ ଡେବ୍ୟୁର ସୁଯୋଗ ମିଳିଥିଲା । ଧର୍ମଶାଳା ଟେଷ୍ଟ୍ ପାଇଁ ବୁମ୍‌ରାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ । ଏହା ସହିତ ଡେବ୍ୟୁ ମ୍ୟାଚ୍‌ରେ ତିନିଟି ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିବା ଆକାଶ ଦୀପ୍ ଟିମ୍ ସହିତ ରହିପାରନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟ୍ ମାର୍ଚ୍ଚ ୭ରୁ ଖେଳାଯିବ । ଆବଶ୍ୟ ଏବେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ବ୍ରେକ୍‌ରେ ଅଛନ୍ତି । ତେବେ ମାର୍ଚ୍ଚ ୨ରେ ସମସ୍ତେ ଚଣ୍ଡିଗଡ଼ରେ ଏକାଠି ହେବେ ଏବଂ ମାର୍ଚ୍ଚ ୩ରୁ ନେଟ୍ ପ୍ରାକ୍ଟିସ୍ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking