17.7 C
Bhubaneswar
Friday, December 27, 2024
Homeଓଡିଶାବିକାଶଠାରୁ ଦୂରରେ ଜାମପକାଲ ଗାଁ: ମିଳୁନି ମୌଳିକ ସୁବିଧା, କଲବଲ ୫୦ ପରିବାର

ବିକାଶଠାରୁ ଦୂରରେ ଜାମପକାଲ ଗାଁ: ମିଳୁନି ମୌଳିକ ସୁବିଧା, କଲବଲ ୫୦ ପରିବାର

ଗୋଚ୍ଛାପଡ଼ା : ଚଳିତବର୍ଷ ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବାବେଳେ ରାଜ୍ୟରେ ଏବେ ବି ଏମିତି ଗାଁ ଅଛି, ଯେଉଁଠି ମୌଳିକ ସୁବିଧା ଟିକେ ମିଳିପାରୁନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଗାଁ ହେଉଛି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ବନ୍ଧଗଡ଼ ପଞ୍ଚାୟତ ଅଧୀନରେ ଥିବା ଜାମପକାଲ ଗାଁ । ବନ୍ଧଗଡ଼ ପଞ୍ଚାୟତ ୮ନମ୍ବର ୱାର୍ଡରେ ଥିବା ଏହି ଗାଁ ଜିଲ୍ଲାର ନୂଆଁଗାଁ ଓ ଫିରିଙ୍ଗିଆ ବ୍ଲକ୍‌ର ସୀମାନ୍ତ ଗ୍ରାମ ହୋଇଥିବାବେଳେ ବର୍ଷତମାମ ଏହି ଗାଁର ଗ୍ରାମବାସୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି । ଗମନାଗମନ ଓ ପାନୀୟଜଳ ଗ୍ରାମବାସୀଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଥିବାବେଳେ ଗାଁ ପାଖରେ ଥିବା ନାଳପାଣିକୁ ଗ୍ରାମବାସୀ ଭରସା କରି ଚଳୁଛନ୍ତି ।

ତେବେ ଗାଁରେ ସମୁଦାୟ ୫୦ ଉଦ୍ଦ୍ୱର୍ ଆଦିବାସି ପରିବାର ବସବାସ କରିଆସୁଥିବା ବେଳେ ବର୍ତ୍ତମାନ ଗାଁର ଜନସଂଖ୍ୟା ପ୍ରାୟ ୩୦୦ ରୁ ଊଦ୍ଦ୍ୱର୍ ଓ ୨୦୦ ରୁ ଅଧିକ ଭୋଟର ଅଛନ୍ତୁି । ଗାଁ କୁ ଆଜି ପର୍ଯ୍ୟନ୍ତ ନ୍ତଭଲରାସ୍ତାଟିଏ ନଥିବାରୁ ମେଡିକାଲ ସେବାଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀସେବା ପାଇଁ ଗ୍ରାମବାସୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପିଇବା ପାଣି ପାଇଁ ଗାଁରେ ୩ଟି ନଳକୂପ ଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ୨ ଟି ଅଚଳ ହୋଇପଡ଼ିଛି । ପାଣି ପାଇଁ ନାଳପାଣି ଉପରେ ଭରସା କରିବାକୁ ପଡୁଛି । ଗାଁ ରେ ୧୦ବର୍ଷ ଆଗରୁ ଚାଷୀମାନଙ୍କ ପାଇଁ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା ।

କିନ୍ତୁ କାମ ସରିବା ପରେ କାର୍ଯ୍ୟକ୍ଷମ ହୋଇନପାରି ଖତଖାଇବାକୁ ବସିଲାଣି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଆସୁଥଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଦୀର୍ଘ ୨୦ ବର୍ଷ ପୂର୍ବେ ଗାଁ ରେ ଦୁଇ ଚାରି ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଲୋଖାଏଁ ଯୋଗାଇ ଦିଆଯାଇଥିବା ବେଳେ ୨୦ ବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ଗାଁ ର ଜଣେ ମାତ୍ର ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେଇ କାମ ସାରିଦେଇଛି ପ୍ରଶାସନ । ନିର୍ବାଚନବେଳେ ଭୋଟ୍ ମାଗିବା ପାଇଁ ଗାଁକୁ ଅନେକ ନେତାଙ୍କ ସୁଅ ଛୁଟିଥିବାବେଳେ ପରେ କିନ୍ତୁ କାହାରି ଚିନ୍ତା ନଥାଏ ବୋଲି ଗାଁର ଟୁକରା କହଁର, ନାରାୟଣ ପ୍ରଧାନ, ମିଶିରାମ କହଁର, ରତ୍ନାକର କହଁର, ବସନ୍ତ କହଁର, ମିନତୀ କହଁରଙ୍କ ସହ ଗାଁର ଅନ୍ୟାନ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ସମସ୍ୟା ସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ନଦେଲେ ଏହି ଜାମପକାଲ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking