30.1 C
Bhubaneswar
Saturday, September 24, 2022
Homeଅପରାଧପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା: ନିଖୋଜ ନୁହେଁ, ଝିଅକୁ ହତ୍ୟା କରାଯାଇଛି

ପ୍ରେମ ବିବାହ ପରେ ଯୌତୁକ ନିର୍ଯାତନା: ନିଖୋଜ ନୁହେଁ, ଝିଅକୁ ହତ୍ୟା କରାଯାଇଛି

ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣିନୂଆଗାଁ ତ୍ରିନାଥ ମନ୍ଦିର ସାହିର ଜଣେ ଝିଅକୁ ଯୌତୁକ ଜନିତ ନିର୍ଯାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଝିଅ ଘର ପରିବାର ଲୋକେ । ଏନେଇ ରମ୍ଭା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ ଜୁନ୍ ୪ ତାରିଖରେ ରମ୍ଭା ଥାନା ଅଞ୍ଚଳ ବିରୁଳିଗଡ଼ ଗ୍ରାମର ଜିତୁ ପଲେଇ ଗୋଷାଣିନୂଆଗାଁର ପୂଜା ତରେଇଙ୍କୁ ପ୍ରେମ କରି ବିବାହ କରିଥିଲେ । ବିବାହ ପର ଠାରୁ ଝିଅକୁ ୫ ଲକ୍ଷ ଟଙ୍କା ସହ ତାଙ୍କ ମା’ ରୀନାଙ୍କ ନାମରେ ଥିବା ସମସ୍ତ ଜମିବାଡ଼ି ଜ୍ୱାଇଁଙ୍କ ପରିବାର ନାମରେ ରେଜଷ୍ଟ୍ରି କରିବା ପାଇଁ କୁଆଡେ ଦାବି କରି ଆସୁଥିଲେ ବୋଲି ଝିଅଘର ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଏପରିକି ଯୌତୁକ ଦାବି କରି ପୂଜାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଏବେ ଝିଅ ନିଖୋଜ ଥିବାବେଳେ ତାଙ୍କର ପରିବାର ଲୋକେ ଝିଅ ନିଖୋଜ ନୁହେଁ, ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ପୂର୍ବରୁ ଝିଅକୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରୁଥିଲେ ବୋଲି ମାଆ ରୀନା ତରେଇଙ୍କୁ ଫୋନ ଯୋଗେ ଝିଅ ପୂର୍ବରୁ ଅବଗତ କରାଇଥିବା ନେଇ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଗତ ସୋମବାର ଦିନ ତାଙ୍କ ଝିଅ ପୂଜା ଘରେ ଦେଖା ଯାଉନଥିବା ନେଇ ଜ୍ୱାଇଁଙ୍କ ଗ୍ରାମର କିଛି ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ । ରୀନା ଗତ ତିନି ଦିନ ଧରି ଥାନାରେ ଧାରଣା ଦେଇଥିଲେ ମଧ୍ୟ ରମ୍ଭା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ମାଆ ରୀନା । ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଜ୍ୱାଇଁଙ୍କ ସମେତ ୬ ଜଣଙ୍କ ନାମରେ ଏକ ମାମଲା ରୁଜୁ କରିଛି । ଏଏସଆଇ ଛବିରାଣୀ ନାୟକ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking