27.1 C
Bhubaneswar
Sunday, March 16, 2025
Homeଦେଶ ବିଦେଶତାମିଲନାଡୁରେ ଜାଲିକାଟ୍ଟୁ ପର୍ବ ଆରମ୍ଭ

ତାମିଲନାଡୁରେ ଜାଲିକାଟ୍ଟୁ ପର୍ବ ଆରମ୍ଭ

ଚେନ୍ନାଇ : ପୋଙ୍ଗଲ ଅବସରରେ ଗୁରୁବାରଠାରୁ ତାମିଲନାଡୁରେ ଜାଲିକାଟ୍ଟୁ ଉତ୍ସବ ଆରମ୍ଭ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ପୁଡୁକୋଟ୍ଟାଇ ଜିଲ୍ଲାରେ ଏହି ଉତ୍ସବର ଶୁଭାରମ୍ଭ କରାଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଉତ୍ସବର ତୃତୀୟ ଦିନରେ ପାଳନ କରାଯାଉଥିବା ଏହି ଉତ୍ସବକୁ ‘ମଟ୍ଟୁ ପୋଙ୍ଗଲ’ କୁହାଯାଇଥାଏ । ଏଥିରେ ପ୍ରତିଯୋଗୀମାନେ ଷଣ୍ଢକୁ ଆୟତ୍ତ କରିବାର କଳାକୌଶଳ ପ୍ରଦର୍ଶନ କରିଥାନ୍ତି । ଏହି ପ୍ରତିଯୋଗିତା ପାଇଁ ଗୁରୁବାର ୬୦୦ ଷଣ୍ଢ ଓ ୩୦୦ ପ୍ରତିଯୋଗୀଙ୍କ ନାମ ପଞ୍ଜୀକୃତ କରାଯାଇଛି । କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିଥିବା ସର୍ବାଧିକ ୧୫୦ ଜଣ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking