18.1 C
Bhubaneswar
Wednesday, January 8, 2025
Homeଓଡିଶାକଣ୍ଟେନରକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ

କଣ୍ଟେନରକୁ ନିଆଁ ଲଗାଇ ଜାଳିଦେଲେ ଦୁର୍ବୃତ୍ତ

ଜଳେଶ୍ବର : ଲୁଟ କରିବାକୁ ଆସି ବିଫଳ ହେବା ପରେ ଗାଡି ଉପରେ ରାଗ ଶୁଝାଇଲେ ଦୁର୍ବୃତ୍ତ । ଗୋଟିଏ କାର ଏବଂ କଣ୍ଟେନରକୁ ନିଆଁ ଲଗାଇ ଜାଳି ଦେବା ସହ ଦେଢଲକ୍ଷ ଟଙ୍କାର ଜିନିଷ ଲୁଟିନେଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଛାନୁଆ ଗ୍ରାମରେ । ଏହି ଗ୍ରାମର ସୁବାସ ଭୂୟାଂଙ୍କର ମା କାମଚଣ୍ତି ନାମକ ଏକ ଫିଡ୍ କାଉଣ୍ଟର ରହିଛି । କାଉଣ୍ଟରରେ ବ୍ଯବସାୟ ଭଲ ଚାଲୁ ଥିବାରୁ ଦୁର୍ବୁର୍ତ୍ତମାନଙ୍କର ଟାର୍ଗେଟରେ ରହିଥିଲେ କାଉଣ୍ଟରର ମାଲିକ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି କାଉଣ୍ଟରରେ ଥିବା କର୍ମଚାରୀମାନଙ୍କୁ ହତ୍ଯା କରି ଲୁଟ କରିବା ପାଇଁ ଆସିଥିଲେ । ମାତ୍ର ସେଠାରେ କୌଣସି କର୍ମଚାରୀକୁ ନପାଇ ଦେଢଲକ୍ଷରୁ ଉର୍ଧ୍ବ ଟଙ୍କାର ଜିନିଷ ଲୁଟ କରିବା ସହ କାଉଣ୍ଟର ସାମ୍ନାରେ ଛିଡା ହୋଇଥିବା ଗୋଟିଏ କାର ଏବଂ କଣ୍ଟେନରକୁ ଭଙ୍ଗାରୁଜା କରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ସମୟର ସବୁ ଚିତ୍ର କାଉଣ୍ଟରରେ ଲାଗିଥିବା ସସିଟିଭିରେ ରେକର୍ଡ ହୋଇଯାଇଥିଲା । ନିଆଁ ଜଳୁଥିବାର ଦେଖି ସ୍ଥାନୀୟ ଲୋକେ କାଉଣ୍ଟର ମାଲିକ ସୁବାସ ଭୂୟାଂଙ୍କୁ ଖବର ଦେଇଥିଲେ । ତେବେ ସୁବାସ ପହଞ୍ଚିଲା ବେଳକୁ ଦୁର୍ବୁର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ସୁବାସ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି , ଅଭିଯୋଗକୁ ଭିତ୍ତି କରି ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking