34.1 C
Bhubaneswar
Friday, March 29, 2024
Homeଓଡିଶାପିପିଲି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପିପିଲି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ପିପିଲି : ପିପିଲି ବିଧାନସଭା ଉପ ନିର୍ବାଚନ ପାଇଁ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏନେଇ ବିଜ୍ଞପ୍ତି ପ୍ରକାଶ କରଛନ୍ତି । ଆସନ୍ତା ୩୦ ତାରିଖ ସୁଦ୍ଧା ପାର୍ଥୀ ନିଜ ନାମାଙ୍କନ ଦାଖଲ କରିବେ । ଏହାପରେ ୩୧ ତାରିଖରେ ପାର୍ଥୀପତ୍ର ଯାଞ୍ଚ କରାଯିବ । ଏହାସହ ଏପ୍ରିଲ ୩ ତାରିଖ ପାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଶେଷ ତାରିଖ ରହିଛି । ଏହାପରେ ୧୭ ତାରିଖରେ ଭୋଟ ଗ୍ରହଣ କରାଯିବ ଓ ମେ ୨ ରେ ଭୋଟ ଗଣତି ହେବ ଓ ଫଳାଫଳ ଜଣା ପଡିବ ।

ତେବେ ପୁର୍ବ ନିଦ୍ଧାରତ କାର୍ଯ୍ୟସୂଚୀ ଅନୁସାରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପିପିଲି ଉପ ନିର୍ବାଚନ ପାଇଁ ପୁର୍ବରୁ ତାରିଖ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ ଯେ, ପ୍ରଦୀପ ମହାରଥୀଙ୍କର ବିୟୋଗ ପରେ ପିପିଲି ଆସନ ଖାଲି ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking