ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଓଲଳ ପଞ୍ଚାୟତ ଆଦିବାସୀ ସାହି ଲମ୍ବୁ ମୁଣ୍ଡାଙ୍କ ଅକାଳ ଦେହାନ୍ତ ଯୋଗୁ ତାଙ୍କର ୫ ପୁଅଝିଅ ବେସାହାର ହୋଇ ଯାଇଛନ୍ତି । ମାନସିକ ଭାରସାମ୍ୟ ହରାଇଥିବା ମା ସୁରୁ ମୁଣ୍ଡା କେଉଁଆଡେ ଚାଲିଯିବା ପରେ ୫ଶିଶୁ ଖାଇବା ପାଇଁ ଗାଁ ଲୋକଙ୍କ ଉପରେ ନିର୍ଭର କରୁଛନ୍ତି। ଖବର ପାଇ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ୫ଶିଶୁଙ୍କୁ ଭେଟି ପିଲାଙ୍କୁ ବିସ୍କୁଟ ଓ ଡ୍ରେସ ପ୍ରଦାନ କରିବା ସହ ପିଲାମାନଙ୍କ ଲାଳନ ପାଳନର ଦାୟିତ୍ୱ, ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନେବାର ବ୍ୟବସ୍ଥା ମଧ୍ୟ କରାଇଛନ୍ତି । ଏହି ଖବର ONAରେ ପ୍ରକାଶ ପ୍ରସାରଣ କରାଯଇଥିଲା। ଖବର ପ୍ରକାଶ ହେବା ପରେ ସୁକିନ୍ଦା ବିଧାୟକ ଉକ୍ତ ଗ୍ରାମକୁ ଯାଇ ଶିଶୁମାନଙ୍କ ଅବସ୍ଥା ହୁଦୟଙ୍ଗମ କରି ସାହାଯ୍ୟର ହାତ ବଡ଼ାଇଥିଲେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟକୁ ଅବଗତ କରିଥିଲେ ।