ଯାଜପୁର : ଜେନାପୁର ପୋଲିସ ମକୁନ୍ଦପୁର ଛକରୁ 50ଲିଟର ଦେଶୀ ଚୋରା ଜବଦ କରି ମଦ ବେପାରୀକୁ ଗିରଫ କରିଛି l ଲକଡାଉନ ଓ ସଟଡାଉନରେ ଲୁଟେରା ଓ ମଦ ଗଞ୍ଜେଇ ମାନେ ସକ୍ରିୟ ହୋଇପଡିଛନ୍ତି ଯାଜପୁର ରୋଡ଼ ଠାରୁ ଛତିଆ ପର୍ଯ୍ୟନ୍ତ ଗଞ୍ଜେଇ ମଦ ଚରସର ସlମ୍ବରାଜ୍ୟ ଚାଲିଛି ଅବକାରୀ ବିଭାଗ ଟେରେ ପାଉନଥିଲା ବେଳେ ପୋଲିସ l ଚୋରlମଦ ବେପାରୀ ମାନଂକୁ ଧରିବା ସକ୍ଷମ ହେଉଛି l ଧର୍ମଶାଳା ପୋଲିସ ରାଜ ପଥ ଲୁଟେରାକୁ ଗିରଫ କରିଛି l ଜାତୀୟ ରାଜପଥରେ ଯାଉଥିବା ଲୋକମାନଙ୍କୁ ଅଭିନବ ଉପାୟରେ ନିଶା ଦେଇ ସେମାନଙ୍କ ଠାରୁ ଲୁଟ କରୁଥିବା ଜଣେ ଲୁଟେରାକୁ ଗିରଫ କରିଛି ଯାଜପୁର ଜିଲ୍ଲା କୁଆଖିଆ ପୋଲିସ। ଏଥିସହ ତା ନିକଟରୁ ଗୋଟିଏ ବାଇକ, ଦୁଇଟି ମୋବାଇଲ, ଦୁଇ ହଳ ସୁନା କାନ ଫୁଲ ଓ ବ୍ୟବହୃତ ନିଶା ବଟିକାକୁ ଜବତ କରିଛି।
ଗିରଫ ଅଭିଯୁକ୍ତ ହେଲା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶୋ ଗ୍ରାମର ବ୍ରଜବନ୍ଧୁ ରଣା।
ସେହିପରି ବ୍ରଜବନ୍ଧୁ ଠାରୁ ଲୁଟ ସାମଗ୍ରୀକୁ କିଣିଥିବା ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା କାଲୁଣି ଗୋଡା ଗ୍ରାମର ରବୀନ୍ଦ୍ର ବେହେରାକୁ ମଧ୍ୟ ପୋଲିସ ଗିରଫ କରିଛି। ଅଭିଯୋଗ ମୁତାବକ, ଗତ ମେ ମାସ ୨୪ ତାରିଖରେ ବିଞ୍ଝାରପୁର ଅଞ୍ଚଳର ଯୁବକ ପ୍ରଭାତ ମଲିକଙ୍କୁ କେହି ଦୁର୍ବୁତ୍ତ ନିଶା ଦେଇ ତାଙ୍କ ନିକଟରୁ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିଲା। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ବ୍ରଜବନ୍ଧୁ ଓ କ୍ରେତା ରବିନ୍ଦ୍ରକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି। ବିଶେଷତଃ ଜାତୀୟ ରାଜପଥରେ ଏକୁଟିଆ ଦେଖି ଲିଫ୍ଟ ଦେବା ବାହାନାରେ ତାଙ୍କୁ ଗାଡ଼ିରେ ବସାଇ ବାଟରେ ଚା ଦୋକାନରେ କୌଶଳ କ୍ରମେ ନିଶା ଦେଇ ଲୁଟିଥାନ୍ତି। ଗିରଫ ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ଲୁଟ ଓ ରାହଜନୀ ମାମଲା ଥିବା କୁଆଖିଆ ପୋଲିସ କହିଛି ଜେନା ପୁର ପୋଲିସ 50 ଲିଟର ଦେଶୀମଦ ମୁକୁନ୍ଦ ପୁର ଛକ ରେ ମଦ ବେପାରୀ ଙ୍କୁ ଗିରଫ କରିବା ସହ ବାଇକ ଜାର ଜବଦ କରିଛି l