19.1 C
Bhubaneswar
Thursday, December 26, 2024
Homeଓଡିଶାସାଇ ଶ୍ରୀ ଯାଜପୁରର ଗୌରବ

ସାଇ ଶ୍ରୀ ଯାଜପୁରର ଗୌରବ

ଯାଜପୁର : ସଙ୍ଗୀତ କ୍ଷେତ୍ରରେ ଦଶରଥପୁର ବ୍ଳକ ପାଇଁ ଗୌରବ ଆଣିଛନ୍ତି ସାଇଶ୍ରୀ । ସେ ଯାଜପୁର ଜିଲା ଦଶରଥପୁର ବ୍ଲକ ମଧୁପୁର ଗ୍ରାମର ବିଶ୍ୱ ପ୍ରକାଶ ପୃଷ୍ଟି ଓ କମଳିନୀ ପୃଷ୍ଟିଙ୍କ ଝିଅ । ସଂଗୀତ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବାରେ ଲାଗିଛନ୍ତି । ପିଲାଦିନ ଠାରୁ ସଂଗୀତ ପ୍ରତି ରହିଥିବା ରୁଚି ଆଜି ତାଙ୍କର କ୍ୟାରିଅର ହେବାକୁ ଯାଉଛି । ସାଇଶ୍ରୀ ପ୍ରଥମେ ସଙ୍ଗୀତ ଗୁରୁ ହରିଶ ଚନ୍ଦ୍ର ଧଳଙ୍କ ଠାରୁ ଶିକ୍ଷା ଆରମ୍ଭ କରିଥିଲେ । ସ୍କୁଲ ସ୍ତରୀୟ ପ୍ରତିଯୋଗୀତାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସଂପଳତା ହାସଲ କରି ନିଜ ଅଂଚଳ ତଥା ଜିଲାପାଇଁ ଆଣିଛନ୍ତି ଗୌରବ । ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଧେଶକ ଦିନେଶ ମଲ୍ଳିକଙ୍କ ନିର୍ଦ୍ଧେଶନା ଏବଂ ପୂର୍ବତନ ଯାଜପୁର ଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀ ରଂଜନ କୁମାର ଦାସଙ୍କ ଦ୍ୱାରା ରଚିତ ୫୦ରୁ ଅଧିକ ଗୀତରେ କଣ୍ଠଦାନ ମଧ୍ୟ କରିଛନ୍ତି । ନିକଟରେ ସିର୍ଦ୍ଧାର୍ଥ ଟିଭିର ମୁ ବି ନମିତା ଅଗ୍ରୱାଲ ହେବି ରିଅଲିଟି ସୋ ର ପ୍ରାରମ୍ଭିକ ପର୍ଯ୍ୟାୟ ପାର କରି ନିଜ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking