14.1 C
Bhubaneswar
Friday, January 10, 2025
Homeଓଡିଶାହାଇକୋର୍ଟରେ ଯାଜପୁର ଜିଲା ଅପପୃଷ୍ଟି ମାମଲା; ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ...

ହାଇକୋର୍ଟରେ ଯାଜପୁର ଜିଲା ଅପପୃଷ୍ଟି ମାମଲା; ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ

କଟକ: ଯାଜପୁର ଜିଲା ସମେତ ଅନ୍ୟ କେତେକ ଜିଲାରେ ବହୁ ସଂଖ୍ୟକ ଶିଶୁ ଅପପୃଷ୍ଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦୂର କରିବା ଲାଗି ହାଇକୋର୍ଟରେ ଆଗତ ମାମଲାର ଆଜି ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ଏକ ଆକ୍ସନପ୍ଲାନ ପ୍ରସ୍ତୁତ କରିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଲୀଧରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବ ମାସକ ମଧ୍ୟରେ ଏନେଇ ଏକ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ, ଖାଦ୍ୟ ଯୋଗାଣ ବିଭାଗ ସଚିବ, ଜନଜାତି କଲ୍ୟାଣ ବିଭାଗ ସଚିବ, ସ୍ୱାସ୍ଥ୍ୟ ବିଭାଗ ସଚିବ, ମହିଳା ଓ ଶିଶୁ ବିଭାଗ ସଚିବ, ମହିଳା କମିଶନ ଏବଂ ଶିଶୁ ଅଧିକାର ସୁରକ୍ଷା କମିଶନ ଏହି ବୈଠକରେ ଯୋଗଦେବେ । ଆଗାମୀ ୬ ମାସ ମଧ୍ୟରେ ରାଜ୍ୟରୁ ଅତିଶୟ ପୁଷ୍ଟିହୀନତା ସମ୍ପୂର୍ଣ୍ଣ ଭାବେ ଦୂର କରାଯିବା ପାଇଁ ଆକ୍ସନ ପ୍ଲାନରେ ପଦକ୍ଷେପ ନିଆଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ସେହିପରି କେନ୍ଦୁଝର ଜିଲାରେ ଅପପୁଷ୍ଟି ଶିକାର ହୋଇଥିବା ଶିଶୁଙ୍କ ସଂକ୍ରାନ୍ତରେ ଜାଣିବା ପରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । କେନ୍ଦୁଝର ଜିଲାପାଳ ଓ ସିଡିଏମ୍‌ଓ ପ୍ରତ୍ୟେକ ବ୍ଲକ ପରିଦର୍ଶନ କରି ଅପପୃଷ୍ଟିର ସ୍ଥିତି ଉପରେ ଏକ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପରବର୍ତ୍ତି ଶୁଣାଣି ନିମନ୍ତେ ଅଗଷ୍ଟ ୧ ତାରିଖକୁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲା ଅନ୍ତର୍ଗତ ଦାନଗଦି ବ୍ଲକରେ ଅପପୁଷ୍ଟି ରୋଗରେ ୧୧ ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରି ସାମାଜିକ କର୍ମୀ ଏମ୍‌.ଦାସ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking