30.1 C
Bhubaneswar
Saturday, May 4, 2024
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗରିବ ହିତାଧିକାରୀ ସମୀର ମଲିକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗରିବ ହିତାଧିକାରୀ ସମୀର ମଲିକ

ଯାଜପୁର (ଓଏନଏ)- ଏସିଆ ମହାଦେଶର ବୃହତ ଶିଳ୍ପାଞ୍ଚଳ କଳିଙ୍ଗନଗର ଅଞ୍ଚଳରେ ବସ ବାସ କରୁ ଥିବା ଦଳିତ ଓ ଜନ ଜାତି ଶେଣୀ ଲୋକ ମାନ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକା ଘର ଯୋଜନା ସେମାନଙ୍କ ପ୍ରତି ସାତ ସ୍ୱପ୍ନ l କାରଖାନା ରେ ନିଯୁକ୍ତି ମିଳୁନାହିଁ l ଝାଟି ମାଟି ଘରେ ରହୁଛନ୍ତି ଆଦିକାନ୍ସ ଭୂମି ହୀନ ସେମାନଙ୍କ ପାଇଁ ବସୁଧା ଯୋଜନା କାର୍ଯ୍ୟ କାରି ହେଉନାହିଁ l ପ୍ରଦ୍ୟୁ ସନ ଧୁଆଁ ଓ ଦୂଷିତ ଜଳ ବ୍ୟବହାର କରି ନାନା ରୋଗ ରେ ପୀଡିତ ପାଣି, ଭୂମି ଓ ପବନ ସବୁ ପ୍ରଦ୍ୟୁସିତ କମ୍ପାନୀ ସରକାର ପ୍ରଶାସନ ଓ ରାଜ ନେତା ଙ୍କ ଚକ୍ର ବ୍ୟୁହ ରେ ପେଷି ହୋଇ ଯାଇଛନ୍ତି ଦଳିତ ଓ ଜନ ଜାତି ତାହାର ଦୃଷ୍ଟାନ୍ତ ଦେଖି ବାକୁ ମିଳିଛି ଟାଟା ନୀଳାଚଳ ନିକଟରେ ଥିବା ସୁକିନ୍ଦା ବ୍ଲକ ର ବାରଗଡ଼ିଆ ପଞ୍ଚାୟତର ଡିହସାହିରେ ! ଏହି ଗାଁରେ ଦୀର୍ଘ ୭0 ବର୍ଷରୁ ଉର୍ଦ୍ଧ ହେବ ବସବାସ କରିଆସୁଛନ୍ତି ସମୀର ମଳିକ ! ପରିବାରରେ ତାଙ୍କ ସ୍ତ୍ରୀ ପ୍ରଭାତୀ ମଲିକଙ୍କୁ ଓ ପୁଅ ଝିଅ ମିଶି ୫ ପ୍ରାଣୀଙ୍କୁ ନେଇ ଏହି ପରିବାର ! ସରସକାରଙ୍କ ରାସନରେ କଷ୍ଟେମଷ୍ଟେ ପେଟ ତ ପୁରୁଛି କିନ୍ତୁ ମୁଣ୍ଡ ଗୁଂଜୀବାଜୁ ଛାତ ଖଣ୍ଡେ ନାହିଁ । ମୋଟାମୋଟି ଭାବେ ଦୀପତଳ ଅନ୍ଧାର ଭଳି ଏହି ଘଟଣା। ସୁକିନ୍ଦା ବ୍ଲକ ଅଧୀନରେ ଥିବା ଏହି ପଞ୍ଚାୟତ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ତ୍ୱରାନ୍ୱିତ ! କିନ୍ତୁ ଏହି ଗରିବ ପରିବାରଙ୍କୁ ସରକାରଙ୍କ ତରଫରୁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଯାଉଥିବା ପରିଲକ୍ଷିତ ହେଉଛି ! ବାସଗୃହ ଖଣ୍ଡେ ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚ ସୁଷମା ନାୟକଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିପାରିନି ! ବର୍ଷା ଖରା ଓ ଶୀତ ଦିନରେ ଛୁଆ ପିଲାଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ଚଳୁଥିବା ଏହି ସମୀର ମାଲିକଙ୍କ ପରିବାର ଏହି ପରି ଅନେକ ପରିବାର ଅଛନ୍ତି ସରକାରଙ୍କୁ ଆକୁଳ ନିବେଦନ କରି ସହାୟତା ପାଇଁ ନିବେଦନ କରିଛନ୍ତି ଖଣ୍ଡେ ବାସଗୃହ ପାଇଁ । ଦେଖିବାକୁ ବାକିରହିଲା କେଵେମିଳୁଛି ସମୀରଙ୍କୁ ତାଙ୍କ ମୌଳିକ ଅଧିକାର !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking