17.1 C
Bhubaneswar
Saturday, December 28, 2024
Homeଓଡିଶାମା' ହିଗୁଳା ଙ୍କ 2ୟ ପୀଠ ଶଙ୍ଖଚିଲା ରେ 91ତମ ବିଶ୍ଵ ଶାନ୍ତି ମହାଯଜ୍ଞ କୋବିଦ...

ମା’ ହିଗୁଳା ଙ୍କ 2ୟ ପୀଠ ଶଙ୍ଖଚିଲା ରେ 91ତମ ବିଶ୍ଵ ଶାନ୍ତି ମହାଯଜ୍ଞ କୋବିଦ କଟକଣା ସବୁ ଫିକା କରିଦେଲା

ଯାଜପୁର: ଜିଲ୍ଲାର ଶଙ୍ଖଚିଲା ମା ହିଙ୍ଗୁଳା 2ୟ ପୀଠ l ମା ହିଙ୍ଗୁଳା ତାଳଚେର ରୁ ବଳଦ ଲାଙ୍ଗୁଡ଼ ରେ ଆସି ଶଙ୍ଖଚିଲା ର ବାଲି ଦଣ୍ଡ ଥିବା ବଟ ବୁକ୍ଷ ରେ ଆର୍ଭିଭାବ ହୋଇ ଅଲୋକିକ ଲୀଳା ପ୍ରକାଶ କରି ଭକ୍ତ ଙ୍କୁ ଆଶିଷ ଦେଉଛନ୍ତି l ମା ଙ୍କ କରୁଣା ରେ ଶଙ୍ଖଚିଲା ବାସୀଙ୍କ ସୁଖ ସମୃଦ୍ଧି ମା ହିଙ୍ଗୁଳା ନାମ ଶଙ୍ଖେସ୍ୱରି ନାମ ରେ ନାମିତ କରାଯଇଛି ଯାଜପୁର ଜିଲ୍ଲା ରେ ଦ୍ୱିତୀୟ ଶକ୍ତି ରୂପ ମାନ୍ୟତା ପାଇଛି l
ରେ pବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ମା’ହିଙ୍ଗୁଳା ଦେବୀଙ୍କ ୯୧ତମ ଯଜ୍ଞତ୍ସବ ସୋମବାର ଆରମ୍ଭ ହୋଇଛି ।ପୂର୍ବାହ୍ଣ ୧୧ଟା ବେଳେ ମନ୍ଦିରରେ ଧ୍ୱଜା ସ୍ଥାପନା କରାଯାଇଥିଲା । ମା’ହିଙ୍ଗୁଳାଙ୍କ ଯଜ୍ଞତ୍ସବ ର ଶୁଭାଧିବାସ ଅପରାହ୍ଣ ୫ଟାରେ ଖମଣ ସ୍ଥିତ ଠାକୁରେଶ୍ୱର ପୁଷ୍କରଣୀରେ କଳସ ବୁଡା କାର୍ଯ୍ୟ ବିଧିମତେ ସଂପନ୍ନ ହୋଇଛି । ଏହି ଉପଲକ୍ଷେ କରୋନା କଟକଣା ଭିତିରେ ଶଙ୍ଖ, ହୁଳହୁଳି ଓ ନାମସଂକୀର୍ତନ ଦେଇ ମାତୃଭକ୍ତମାନେ ମା’ଙ୍କ କଳସ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ
ଦେହୁରୀ ମଣିଚରଣ ପୋଇ, ନାପିତ ଶିବପ୍ରସାଦ ବାରିକ ଓ ନାରାୟଣ ବାରିକ ଓ ମୁଖ୍ୟପୂଜକ ରବୀନ୍ଦ୍ର ମିଶ୍ର, ମନ୍ଦିର ପୂଜକ କମଳେନ୍ଦୁ ମିଶ୍ର, ବାମଦେବ ପାଢୀ, ଦୁର୍ଯ୍ୟୋଧନ ପାଢୀ, ପରମାନନ୍ଦ ପାଣିଗ୍ରାହୀ, ଲକ୍ଷ୍ମୀଧର ଅଧିକାରୀ, ନିରଞ୍ଜନ ପଣ୍ଡା, ଅଶୋକ ଦାସ, ରାଜକିଶୋର ରଥଙ୍କ ସମେତ ଏକାଧିକ ବ୍ରାହ୍ମଣ ପୁରୋହିତଙ୍କ ଙ୍କ ମନ୍ତ୍ର ଧ୍ୱନି ମା ଙ୍କୁ ଆବାହନ କରି କଳସ ରେ ଜଳ ସ୍ଥାପନା କରାଯାଇ କଳସ କୁ ଶୋଭା ଯାତ୍ରା ରେ ମା’ ଙ୍କ ପୀଠ ପୀଠରେ ସ୍ଥାପନ କରାଯାଇଥିଲା । ଯଜ୍ଞ ର ଶୁଭ ଧିଵାସ ଆରମ୍ଭ ହୋଇଛି l


ଗତ ବର୍ଷ କରୋନା ମାହା ମାରି ଯୋଗୁ ଭକ୍ତ ଶୂନ୍ୟ ଭାବ ରେ ଵିଧି ଅନୁସାରେ ମହା ଯଜ୍ଞ ସମ୍ପନ୍ନ ହୋଇଥିଲା ଚିଳିତ ବର୍ଷ କରୋନା ର ଦ୍ୱିତୀୟ ଲହର ମହା ଯଜ୍ଞ କୁ ଫିକା କରି ଦେଇଛି ହିଙ୍ଗୁଳା ଯାତ୍ରା ଜିଲ୍ଲା ପ୍ରମୁଖ ପର୍ବ ହୋଇ ଥିବା ରୁ ଜିଲ୍ଲା ବାହାରୁ ପ୍ରୂଣ୍ଣାହୂତି ଦିନ ଲକ୍ଷl ଧିକ ରୁ ଉର୍ଦ୍ଧ ଜନସମାବେଶ ହୁଏ ଏହି ପୀଠ ର ଯଜ୍ଞ ନିହାର ମା ଯଂଜ୍ଞ ରୁ ଆର୍ବିଭାବ ହୋଇଥିଲେ l ଏହି ପୀଠ ମା ଙ୍କ ଉଭା ଯାତ୍ରା କୁ ଶ୍ରଦ୍ଧାଳୁ ମାନେ ଦେଖି ବା ପାଇଁ ହୁତୁ କଣ୍ଠା ର ଚାହିଁ ବସି ଥାନ୍ତି l କରୋନା ଯୋଗୁ ଭକ୍ତ ମାନଙ୍କ ସୁଯୋଗ ମିଳୁ ନାହଁ ଯଜ୍ଞ ଚାଲି ଥିବା ସମୟ ରେ ମା ଙ୍କ ର ଯେତେ ବେଳ ଇଚ୍ଛା ହୁଏ ଉଭାହୋଇ ଥାନ୍ତି ସେ ଶୁଭ ମୁହୂର୍ତ କୁ ଚାହିଁ ବସି ଥାନ୍ତି l ଯଜ୍ଞ କୁଣ୍ଡ ନିକଟରେ ପାଟ ବସ୍ତ୍ର ଝୋଟ ଓ ପଣା ହାଣ୍ଡି ଥାଏ ଯଜ୍ଞ ଅଗ୍ନି ସିଖା ହୁତୁ ହୋଇ ଜଳୁ ଥାଏ କିନ୍ତୁ ପାଟ ବସ୍ତ୍ର ଓ ଝୋଟ ରେ ଯଜ୍ଞ ଅଗ୍ନି ଲାଗେ ନାହଁ ମା ଯେତେ ବେଳ ଇଚ୍ଛା କରି ଥାନ୍ତି ଯଜ୍ଞ କୁଣ୍ଡ ରୁ ହଠାତ ଅଗ୍ନି ପିଣ୍ଡୁଳା ବାହାରି ଝୋଟ ଗ୍ରୁତ ପାଟ ବସ୍ତ୍ର ନିଆଁ ଲାଗି ପଣା ହାଣ୍ଡି ରେ ପଣା ଖାଇ ଥାନ୍ତି ଏହି ଅଲକିକ ଦୃଶ୍ୟ କୁ ଦେଖି ପାଇଁ ଭକ୍ତ ଚାହିଁ ରହି ଥାଏ l 4ଦିନ ଧରି ଯଜ୍ଞ ଅନୁଷ୍ଠିତ ହୁଏ l
ଅନୁଷ୍ଠିତ କାର୍ଯ୍ୟକ୍ରମରେ ହିଙ୍ଗୁଳା କମିଟର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସଂପାଦକ କୃଷ୍ଣ ଚନ୍ଦ୍ର ବାବୁଲି ସାହୁ, କୈଳାସଚନ୍ଦ୍ର ସାହୁ, ରମେଶଚନ୍ଦ୍ର ନାୟକ, ରାଜକିଶୋର ସାହୁ, ଅନନ୍ତଚରଣ ମଲ୍ଲିକ, ବାଇଧାର ନାୟକ, ବଳରାମ ସାହୁ, ରଘୁନାଥ ସାହୁ, ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟକୁମାର ଜେନା ପ୍ରମୁଖ କର୍ମକର୍ତା ଓ ଅଂଚଳବାସୀ କରୋନା କଟକଣା ଭିତିରେ ସାମିଲ ହୋଇଥିଲେ । ଘଟକଳସ ସ୍ଥାପନ ପରେ ଅଙ୍କୁରାରୋପଣ କରାଯିବା ସହ ଯଜ୍ଞ କାର୍ଯ୍ୟର ପ୍ରକ୍‌ପ୍ରସ୍ଥୁତି କାର୍ଯ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking