27.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ରୋଗୀଙ୍କ ଘରେ ରାସନ ପହଂଚାଉଛନ୍ତି ସମାଜସେବୀ

କରୋନା ରୋଗୀଙ୍କ ଘରେ ରାସନ ପହଂଚାଉଛନ୍ତି ସମାଜସେବୀ

କଳାହାଣ୍ଡି: ସଂପ୍ରତି କରୋନା ର ଭୟାଭୟତା ସମଗ୍ର କଳାହାଣ୍ଡି ଜିଲ୍ଲାକୁ କବଲିତ କରିବାରେ ଲାଗିଛି । ସେଥିରୁ ଗୋଲାମୁଣ୍ଡା ବ୍ଲକ ବାଦ ପଡିନାହିଁ । ସାଂପ୍ରତିକ ସ୍ଥିତିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଗୋଲାମୁଣ୍ଡା ବ୍ଲକରେ ବଢିବାରେ ଲାଗିଛି । ସଂକ୍ରମିତ ଙ୍କ ମଧ୍ୟରୁ ଅନେକେ ହୋମ ଆଇସୋଲେସନରେ ରହୁଥିବା ବେଳେ ସେମାନଙ୍କ ଦୈନନ୍ଦିନ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଛି । ଏହି ଅସମୟରେ ଲୋକଙ୍କ ଦେବଦୂତ ସାଜିଛନ୍ତି ସମାଜସେବୀ ଇଂ. ଦୀନେଶ କୁମାର ରାଉତ । ବୃନ୍ଦାବାହାଲ ବାସିନ୍ଦା ଦୀନେଶ ରାଉତ ସମାଜ ସେବା କରିବାରେ ସର୍ବଦା ତତ୍ପର ଥିବା ବେଳେ ବର୍ତମାନ ଗୋଲାମୁଣ୍ଡା ବ୍ଲକର ସମିତି ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସର୍ବଦା ଲୋକଙ୍କ ସେବା କରିବାରେ ତତ୍ପର ଥିବା ଏହି ଯୁବ ସମାଜସେବୀ ଇଂ..ଦୀନେଶ ରାଉତ ଗୋଲାମୁଣ୍ଡା ବ୍ଲକର ଅଧିକାଂଶ ଗ୍ରାମରେ ଥିବା କରୋନା ସଂକ୍ରମିତ ପରିବାରକୁ ଆବଶ୍ୟକୀୟ ମେଡିସିନ, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ନିଜ ଖର୍ଚ୍ଚରୁ ଯୋଗାଉଥିବା ଜଣାପଡିଛି । ଇଂ. ଦୀନେଶ ରାଉତଙ୍କ ଏଭଲି ନିସ୍ୱାର୍ଥପର ସେବା ମନୋବୃତି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking