28.1 C
Bhubaneswar
Saturday, April 20, 2024
Homeଓଡିଶା୪୦୦ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

୪୦୦ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ଯାଜପୁର:ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ନିରବଚ୍ଛିନ୍ନ ଭାବରେ ଆୟୋଜିତ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆଜି ୪୦୦ତମ ଦିବସରେ ପହଁଚିଛି।ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଅଞ୍ଚଳରେ ଚାଲୁଥିବାବେଳେ ଆଜି ଯାଜପୁର ଜିଲାର ବ୍ୟାସନଗର ଶାଖା ପକ୍ଷରୁ ବିଭିନ୍ନ ଅଞ୍ଚଳରେ ମାକ୍ସ, ସାବୁନ, ସାନିଟାଇଜର, ଓଆରଏସ ଓ ଜଳ ଛତ୍ର ଆଦି ବଣ୍ଟନ କରାଯିବା ସହ ଦୀର୍ଘ ୪୦୦ ଦିନର କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ମାଆ ଶାରଳା ମାସ ଗ୍ରୁପର ସଭାନେତ୍ରୀ ଶ୍ରୀମତୀ ମିନାରାଣୀ ମଲ୍ଲିକ, ଉପସଭାନେତ୍ରୀ ଶ୍ରୀମତୀ ସରସ୍ୱତୀ ମଲ୍ଲିକ ,କନକଲତା ମଲ୍ଲିକ, ମମତା ମଲ୍ଲିକ, ଅଙ୍ଗନାବାଡ଼ି ଦିଦି ମିତାରାଣୀ ମଲ୍ଲିକ, ଏ.ଏନ. ଏମ କର୍ମୀ ପୁଷ୍ପା ଦିଦି,ଆଶା ଦିଦି,ସ୍ୱଛ ସାଥି ମନୋଜା ମଞ୍ଜରୀ ଜେନା,ଗୀତାରାଣୀ ମଲ୍ଲିକ, ମାମିନା ସେଠି,କୁମାରୀ ରାଓ ଆଦି ପରିଚାଳନା କରୁଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking