14.1 C
Bhubaneswar
Sunday, January 12, 2025
Homeଓଡିଶାଦମକଳ ଗୋଳେଇ ଛକ ଠାରୁ ମିଲିଟାରୀ ଛକ ରାସ୍ତା ତୁରନ୍ତ ନ ଖୋଲିଲେ 30 ଜାନୁୟାରୀ...

ଦମକଳ ଗୋଳେଇ ଛକ ଠାରୁ ମିଲିଟାରୀ ଛକ ରାସ୍ତା ତୁରନ୍ତ ନ ଖୋଲିଲେ 30 ଜାନୁୟାରୀ ରେ ଗଣ ସତ୍ୟାଗ୍ରହ ଆୟୋଜନ

ଯାଜପୁର (ଅଭିମନ୍ୟୁ ମିଶ୍ର) :  କୁଆଁରଦା ଦମକଳ ଛକ ଠାରୁ କଳିଙ୍ଗନଗର ମିଲିଟାରୀ ଛକ ପର୍ଯ୍ୟନ୍ତ 4.5 କି. ମି. ରାସ୍ତା କାର୍ଯ୍ୟ ଆଜକୁ 13 ବର୍ଷ ଧରି ଚାଲିଥିଲେ ମଧ୍ୟ ଏଯାବତ ସମ୍ପୂର୍ଣ ହୋଇପାରିଲା ନାହିଁ !ଏହି ରାସ୍ତା ବ୍ୟାସନଗର ସହରର ଟ୍ରାଫିକ ସମସ୍ୟା ଦୂର କରିବା ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ର ମୁଖ୍ୟ ରାସ୍ତା ହୋଇଥିବାରୁ ହଜାର ହଜାର ସଂଖ୍ୟା ର ଭାରୀଯାନ ଯିବାଦ୍ୱାରା 32 ଜଣ ରୁ ଉର୍ଦ୍ଧ ନିରୀହ ବ୍ୟକ୍ତି ବିଶେଷ ଦୁର୍ଘଟଣାରେ ପ୍ରାଣ ହରାଇଲେଣି !ଏହି ରାସ୍ତା କଳିଙ୍ଗନଗର ବାଇ ପାସ ରାସ୍ତା ଭାବେ 2008 ମସିହା ଠାରୁ କାର୍ଯ୍ୟର ଶୁଭାରମ୍ଭ ଓ 33କୋଟି ଟଙ୍କା ର ବ୍ୟୟ ଅଟକଳ କରାଯାଇଥିଲା !ପ୍ରଶାସନିକ ର ଢିଲା ନୀତି ଓ ପୂର୍ତ୍ତ ବିଭାଗ ର ଦୁର୍ନୀତି ଖୋର ମନୋବୃତ୍ତି ଯୋଗୁଁ ଏହି କାର୍ଯ୍ୟ ନିମନ୍ତେ ତିନି ତିନି ଜଣ ଠିକାଦାର ପରିବର୍ତ୍ତନ କରାଗଲାଣି !ଏପରି କି ଏହି ରାସ୍ତା ର ବିଳମ୍ବ ହେବା ଯୋଗୁଁ ଏହାର ବ୍ୟୟ ଅଟକଳ ୨ ଗୁଣ ହୋଇ ଯିବା, ଓ କାର୍ଯ୍ୟ ବିଳମ୍ବ ନାମରେ ମିଥ୍ୟା ବିଲ କରି କୋଟି କୋଟି ଟଙ୍କା ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ କରିବାକୁ ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି ! ଏହି ନିକଟରେ ପରିଦର୍ଶନ କରି ଆସିଥିବା ଯାଜପୁର ସାଂସଦ, ବିଧାୟକ ଓ ବିଭିନ୍ନ ଲୋକ ପ୍ରତିନିଧି ଙ୍କ ନିର୍ଦେଶ କୁ ଜିଲ୍ଲା ପ୍ରଶାସନ ଅଣ ଦେଖା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି !
ଏଠାରେ ସୂଚନା ଯୋଗ୍ୟ ପାଣିକୋଇଲି ରାଜାମୁଣ୍ଡା 20ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଏହି ଗୋଲେଇ ଛକ ଓ ବେଣାପୁର ଠାରେ 2 ଗୋଟି ଓଭର ବ୍ରିଜ଼ ନିର୍ମାଣ କରିବା ଦାବିରେ ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସରେ ଅର୍ଥାତ 30ଜାନୁୟାରୀ 2017ଓ 2018 ମସିହାରେ ଗଣ ସତ୍ୟାଗ୍ରହ ଓ ରାସ୍ତା ରୋକ ଆନ୍ଦୋଳନ ମାନ ଆୟୋଜନ ବେଳେ ଜିଲ୍ଲା ପ୍ରଶାସନ ଙ୍କ ହସ୍ତକ୍ଷେପ ଓ ଏହି କାର୍ଯ୍ୟ ୧ ବର୍ଷ ମଧ୍ୟରେ ସମ୍ପୂର୍ଣ କରିବାର ପ୍ରତିଶୃତି ଏକ ପାଣିର ଗାର ହୋଇଛି ! ଏପରି କି ବ୍ୟାସନଗର ଦେଇ ଭାରୀ ଯାନ ଗୁଡିକ ଯିବା ଦ୍ୱାରା ବାରମ୍ବାର ଦୁର୍ଘଟଣା ଓ ମୃତ୍ୟୁ ବରଣ କୁ ରୋକିବା ନିମନ୍ତେ ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଙ୍କ ମନମାନି ଯୋଗୁଁ ଗୁରୁତ୍ୱ ଦିଆଯାଇନାହିଁ !ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା କୁ ତୁରନ୍ତ ସମ୍ପୂର୍ଣ କରିବା ଓ ଏହି ରାସ୍ତା ର ବିଳମ୍ବ କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ର ଦାବି ଏବଂ ବେଣପୁର ଓ ଦମକଳ ଛକ ଠାରେ ୨ ଗୋଟି ଓଭର ବ୍ରିଜ଼ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ ନ କଲେ ଏହି ୩ ଗୋଟି ଦାବି କୁ ନେଇ ଆସନ୍ତା 30ଜାନୁୟାରୀ ମହାତ୍ମା ଗାନ୍ଧୀ ଙ୍କ ତିରୋଧାନ ଦିବସ ରେ ଏହି ଗୋଳେଇ ଛକ ଠାରେ ଜାତୀୟ ରାଜପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁନର୍ବାର ଗଣ ସତ୍ୟାଗ୍ରହ ଆୟୋଜନ କରାଯିବ ବୋଲି ଅଧକ୍ଷ ଶ୍ରୀ ମହାନ୍ତି କତୃପକ୍ଷ ଙ୍କୁ ଚେତାବନୀ ଦେଇଛନ୍ତି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking