31.1 C
Bhubaneswar
Sunday, May 19, 2024
Homeଓଡିଶାମା' ଧନକର ପୀଠରେ ମକର ଉତ୍ସବ ପାଳନ

ମା’ ଧନକର ପୀଠରେ ମକର ଉତ୍ସବ ପାଳନ

 ଯାଜପୁର : ଜିଲ୍ଲାର ବ୍ୟାସନଗର ଅଧିନସ୍ଥ କଲେଜ ଛକରେ ମା ଧନକାର ବିଜେ ପୀଠରେ ବାର୍ଷିକ ମକର ଉତ୍ସବ ପାଳନ ହୋଇଯାଇଛି ! ସର୍ବ ପୁରାତନର ଏହି ଉତ୍ସବକୁ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ତଥା ଡ଼ାଃ ଅରୁଣ କୁମାର ବିଶ୍ୱାଳଙ୍କ ତତ୍ୱାବଧାନରେ ସରକାରଙ୍କ କୋଭିଡି କଟକଣା ନିୟମକୁ ମାନି ପାଳନ କରାଯାଇଛି ! ଏହି ଉତ୍ସବଟି ପ୍ରତ୍ୟୋକ ବର୍ଷ ଭଳି ଚଳିତ ବର୍ଷ ଦେବାଦେବୀଙ୍କ ରୀତିନୀତି ଓ ବିଧି ଅନୁଯାୟୀ ପୂଜାର୍ଚନା କରାଯାଇଥିବାବେଳ ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା ! ଉକ୍ତ ଉତ୍ସବ କାର୍ଯ୍ୟକ୍ରମକୁ ସଭାପତି ଡ଼ାଃ ବିଶ୍ୱାଳଙ୍କ ମୁଖ୍ୟ ଭୂମିକା ଅତୁଳନୀୟ ବୋଲି ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ମତବ୍ୟକ୍ତକରି ଧନ୍ୟବାଦ ଅର୍ପଣ କରିଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ହୃଷିକେଶ ସ୍ୱାଇଁ, ସତ୍ୟବ୍ରତ ରାଉତ, ପ୍ରଦୀପ ରାଉତ, ରାଜକିଶୋର ସାହୁ ସୁକାନ୍ତ ମହାନ୍ତି, ଦୁଷ୍ମନ୍ତ ରାଉତ, ଲୋକନାଥ ରାଉତ ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ଉତ୍ସବରେ ସହଯୋଗ କରିଥିଲେ !

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking