ଯାଜପୁର : ଜିଲ୍ଲା ରେ ବିଜେପି ସଂଗଠନ ଦୃର୍ବଳ ହୋଇ ପଡୁଛି ବିଜେପି ପ୍ରତି ବିମୁଖ ହୋଇ ବିଜେପି ର ଟାଣୁଆ ନେତା ମନେ ବିଜେଡ଼ି ସାମିଲ ହେଉଛନ୍ତି l ବିଜେପି ସଂଗଠନ ଏକ ଛତ୍ର ଭାବ ରେ କାର୍ଯ୍ୟ କରୁଛି ପୁରୁଣା ବିଜେପି ନେତା ମାନେ ମାନଂକୁ ଉପେକ୍ଷା କରାଯାଉଛି l ଅନ୍ୟ ଦଳ ରୁ ଆସି ବିଜେପି ରେ ଯୋଗ ଦେଇ ଥିବା ନେତାଙ୍କୁ ପ୍ରଧାନ ଦିଆ ଯାଉ ଥିବା ରୁ ବିଜେପି ରେ ଦୀର୍ଘ ଦିନ ଧରି ସଂଗଠନ କରୁ ଥିବା ନେତା ଓ କର୍ମୀ ମାନ ଙ୍କର ଆଶୋନ୍ତୋଷ ପ୍ରକାଶ ପାଉଛି l ଧ୍ୱସଂ ମୁଖ ରୁ ବଞ୍ଚାଇବା ପାଇଁ ଆମ ପରିବାର, ଯାଜପୁର ନାମରେ ଏକ ସଙ୍ଗଠନ ପ୍ରସ୍ତୁତ କରି ତାହା ମାଧ୍ୟମରେ ଯାଜପୁର ଜିଲ୍ଲାରେ ଥିବା ନିଜର ଶୁଭେଚ୍ଛୁମାନଙ୍କୁ ସାମିଲ କରି ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରି ବିଭିନ୍ନ ପ୍ରସଙ୍ଗ ଉପରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି ।
ଯାଜପୁର ଜିଲ୍ଲାରେ ଯେଉଁ ବିଜେପି ନେତାମାନେ ଅତୀତରେ ଦଳର ନେତୃତ୍ୱ ନେଉଥିଲେ ମଧ୍ୟ ବର୍ତ୍ତମାନ କୌଣସି କାରଣରୁ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ କୋଣଠେସା କରି ରଖାଯାଇଛି ସେଭଳି ଅନେକ ନେତାଙ୍କ ସହିତ କିଛି ବୁଦ୍ଧିଜୀବି ମଧ୍ୟ ଏହି ଭର୍ଚୁଆଲ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକକୁ ମନ୍ମଥ ମଲ୍ଲିକ ସଞ୍ଚାଳନ କରିଥିବା ବେଳେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସମେତ ଜୀବନ କୁମାର ସାହୁ, ନିକୁଞ୍ଜ ପଟ୍ଟନାୟକ, ମୌସୁମୀ ମହାପାତ୍ର, ଦେବାଶିଷ ନାୟକ, ନିଶିକାନ୍ତ ନାୟକ ଓ ସିମନ୍ତିନି ଜେନା ପ୍ରମୁଖ ଉପସ୍ଥିତ ଥିବା ବେଳେ ଯାଜପୁର ଜିଲ୍ଲାରୁ ବିଜେପିର ସାଂସଦ ପ୍ରାର୍ଥୀ ଥିବା ଅମୀୟକାନ୍ତ ମଲ୍ଲିକ, ପୂର୍ବତନ ଜିଲ୍ଲା ସଭାପତି ଆଶୁତୋଷ ପରିଡ଼ା, ପୂର୍ବତନ ଜିଲ୍ଲା ସମ୍ପାଦକ ଉଦୟନାଥ ସାହୁ, ବରିଷ୍ଠ ନେତା କାହ୍ନୁଚରଣ ଦାଶ, ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଡାକ୍ତର କୈଳାଶ ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ନାୟକ, ଯୁବ ନେତା ଅସୀମକାନ୍ତ କର, ସରୋଜ ବିଶ୍ଵାଳ, ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ସାହୁ, ବରିଷ୍ଠ ନେତା ଚନ୍ଦ୍ରଶେଖର ପଣ୍ଡା, ସୌଭାଗ୍ୟନନ୍ଦ ମିଶ୍ର, ସରୋଜ ଦେ, ଗୋପୀନାଥ ଗଜପତି ଭୂୟାଁ, ଗୋକୁଳ ଚନ୍ଦ୍ର ପରିଡା, ରମାକାନ୍ତ ଖୁଣ୍ଟିଆ ଏବଂ ଡାକ୍ତର ରାଜକିଶୋର ପଣ୍ଡା ପ୍ରମୁଖ ୨୦୦ରୁ ଉର୍ଦ୍ଧ୍ବ ପ୍ରତିନିଧି ସାମିଲ ହୋଇଥିଲେ । ଆଗାମୀ ଦିନରେ ଯାଜପୁର ଜିଲ୍ଲାରେ ସଂଗଠନ ଏବଂ ବିକାଶ ମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ପୁଣି ଥରେ ଯାଜପୁର ଜିଲ୍ଲାକୁ ଆସିବେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଆଜି ବୈଠକରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ପ୍ରତିଶୃତି ଦେଇଛନ୍ତି l
ରିପୋର୍ଟ ଅଭିମନ୍ୟୁ ମିଶ୍ର