40.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାକୁ ଭୟ କଲେ ସେ ଆହୁରି ବଢିବ

କରୋନାକୁ ଭୟ କଲେ ସେ ଆହୁରି ବଢିବ

ଭୁବନେଶ୍ୱର:ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଥମିବା ବନ୍ଦ୍ ହୋଇନି । ଆଜି ବି ୧୦ ହଜାର ପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏହାରି ଭିତରେ କରୋନା ରୋଗୀଙ୍କ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ସାରଦା ସ୍ୱାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ।  ସେ କହିଛନ୍ତି ଯେ,  ଭୟ କଲେ କରୋନା ବଢ଼ିବ ବରଂ କମିବ ନାହିଁ। କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଯେତେ ଡ଼ରିବେ ସେତେ ରୋଗ ବଢିବ ଓ ଅଧିକ ଆକ୍ରାନ୍ତ କରିବ। କେବଳ ଏତିକି ନୁହେଁ ବରଂ ଭୟ ବଢିଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବ। ଆଉ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ ବୋଲି ମାନସିକ ରୋଗ ବିଶେଷଜ୍ଞ କହିଲେ। ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବାକୁ ସେ ପରାମର୍ଶ ଦେଲେ।

ଏହାସହ ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ, ଶାରୀରିକ ପରିଶ୍ରମ କରିବାକୁ ଦେଲେ ପରାମର୍ଶ। କରୋନା ରୋଗୀମାନେ ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ, ୱାକିଂ ମଧ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଏକା ସାଙ୍ଗରେ କରୋନା ପାଇଁ ଔଷଧ ଓ ମାନସିକ ରୋଗ ପାଇଁ ଔଷଧ ଖାଇପାରିବେ। କେବଳ ଏତିକି ନୁହେଁ ବରଂ ମାନସିକ ରୋଗୀ ମଧ୍ୟ ଟିକା ନେଇପାରିବେ ବୋଲି ପ୍ରଫେସର ସ୍ୱାଇଁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking