28.1 C
Bhubaneswar
Thursday, July 10, 2025
Homeଓଡିଶାବଢିଲା କଣ୍ଟେନମେଣ୍ଟ ଅଂଚଳ

ବଢିଲା କଣ୍ଟେନମେଣ୍ଟ ଅଂଚଳ

ଯାଜପୁର : ଯାଜପୁର ପୁଣି ବଢିଲା କଣ୍ଟେନମେଣ୍ଟ ଅଂଚଳ। ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ର ଏରବାଙ୍କ,ଇନ୍ଦରୋଇ ଏବଂ ରଧୁନାଥପୁର ଗାଁ କୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ଜିଲା ପ୍ରଶାସନ । ଆଉ ୪ ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଘୋଷଣା କରିଛି। ୩ ଜଣ ନୋଡାଲ ଅଧିକାରୀ ନିଯୁକ୍ତ। ଆସନ୍ତା ୧୮ତାରିଖ   ରାତି ୮ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏଥି ସହ ଜିଲାପାଳ ରଂଜନ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଅନ୍ୟାନ୍ୟ କଣ୍ଟେନମେଣ୍ଟ ଅଞ୍ଚଳର ଅବଧି ବୃଦ୍ଧି କରାଯାଇଛି ।
ବୃଦ୍ଧି ହୋଇଥିବା କଣ୍ଟେନମେଣ୍ଟ ଅଞ୍ଚଳ ଗୁଡିକ ହେଲା ଯାଜପୁର ବ୍ଲକ ର ପଣସା,ବାସୁଦେବପୁର, ଜାହାନପୁର,କୋରେଇ ବ୍ଲକ ର ମକୁନ୍ଦପୁର, ଦଶରଥପୁର ବ୍ଲକର ବିରଜାପୁର,ତଲିହା ଏବଂ ବିହାରୀ । ଏହି ସବୁ କଣ୍ଟେନମେଣ୍ଟ ଜୋନ ର ଅବଧି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking