27.1 C
Bhubaneswar
Saturday, July 27, 2024
Homeଓଡିଶାହାଇକୋର୍ଟରେ ଜେଲ୍  ସଂସ୍କାର ମାମଲା; ମାସିକିଆ ରିପୋର୍ଟ ଦେବାକୁ ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ

ହାଇକୋର୍ଟରେ ଜେଲ୍  ସଂସ୍କାର ମାମଲା; ମାସିକିଆ ରିପୋର୍ଟ ଦେବାକୁ ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ

କଟକ:  ଜେଲ୍ ସଂସ୍କାର ମାମଲାରେ ଆଜି ହାଇକୋର୍ଟ ଆଇନସେବା ପ୍ରାଧିକରଣ ସଚିବମାନଙ୍କୁ ଜେଲ୍ ପରିଦର୍ଶନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି । ଏଥିସହିତ କୋର୍ଟଙ୍କୁ ମାସକୁ ମାସ ଜେଲ୍‌ରେ ବିଚାରଧିନ କଏଦୀଙ୍କୁ କର୍ତ୍ତୃପକ୍ଷ କିପରି ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ଅବଗତ କରାଇବାକୁ ଆଦେଶ ଦେଇଛନ୍ତି । ଜେଲ୍‌ରେ କଏଦୀମାନଙ୍କୁ ସର୍ବନିମ୍ନ ସୁବିଧା ଯଥା ଖାଦ୍ୟପେୟ, ବସ୍ତ୍ର, ପାଇଖାନା, ଗାଧୁଆଘର, ପାନୀୟଜଳ  ଏବଂ ସେମାନଙ୍କର ଉପଯୁକ୍ତ  ଯତ୍ନ ନିଆଯାଉଛି କି ନାହିିଁ ସେ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ସେହିପରି ଏହି ମାମଲାରେ ପ୍ରତି ଜେଲ୍‌ରେ ବିଚାରଧିନ କଏଦୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଆଦେଶ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ମଧ୍ୟ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ମଧ୍ୟ ବିଭାଗକୁ ଆଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଜେଲ୍‌ରେ ଥିବା ଉପଲବ୍ଧ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିବା ସହ ପଦକ୍ଷେପ ନେବାକୁ  ହାଇକୋର୍ଟ ଗୃହ ବିଭାଗକୁ ଆଦେଶ ଦେବାସହ ବିଚାରଧିନ କଏଦୀମାନେ କିପରି ପ୍ରତିଦିନ ଯୋଗ କରିବେ ଓ ସୁନ୍ଦର ପରିବେଶରେ ରହିବେ ସେଥିପ୍ରତି ଯତ୍ନବାନ ହେବାକୁ ଅଦାଲତ ବିଭାଗକୁ ଆଦେଶ ଦେଇଛନ୍ତି । ପୂର୍ବରୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସମସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବମାନଙ୍କୁ ଆସନ୍ତା ଦୁଇ ମାସ ମଧ୍ୟରେ ତାଙ୍କ ଜିଲ୍ଲା ମଧ୍ୟରେ ଥିବା ଜେଲ୍ ଓ ସବ୍‌ଜେଲ୍ ପରିଦର୍ଶନ କରି ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ ।  ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ଆଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking