24.5 C
Bhubaneswar
Thursday, January 16, 2025
Homeଅପରାଧପ୍ରେମିକାକୁ ୧୬ ଥର ଛୁରୀରେ ଭୁସିଲା ଜହ୍ଲାଦ ପ୍ରେମିକ

ପ୍ରେମିକାକୁ ୧୬ ଥର ଛୁରୀରେ ଭୁସିଲା ଜହ୍ଲାଦ ପ୍ରେମିକ

ବେଙ୍ଗାଲୁରୁ: ଉଭୟ ଫାର୍ମା କମ୍ପାନୀରେ କାମ କରୁଥିଲେ । କିଛି ଦିନ ପରେ ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ । କିନ୍ତୁ ପରିବାର ଲୋକ କହିଲେ ଭିନ୍ନ ଜାତିରେ ଆମେ ଝିଅକୁ ବାହା ଦେବୁ ନାହିଁ । ବାସ୍‌, ଏତିକି କଥା ଶୁଣିବା ପରେ ପ୍ରେମିକ ମୁଣ୍ଡ ଗରମ ହେଇଗଲା । ବିଚ୍ ରାସ୍ତା ଉପରେ ପ୍ରେମିକାକୁ ଏକ ଧାରୁଆ ଛୁରୀରେ ବାରମ୍ବାର ଭୁସିବାକୁ ଲାଗିଲା । ଥରେ କି ଦୁଇଥର ନୁହେଁ, ଲାଗ୍ ଲାଗ୍ ୧୬ ଥର ଭୁସିଲା । ଏମିତି ଏକ ଘଟଣା ଘଟିଛି ବେଙ୍ଗାଲୁରୁର ମୁର୍ଗେସପଲ୍ଲୀ ଅଞ୍ଚଳରେ । ଦିନାକର ଓ ଲୀଲା ।

ଉଭୟ ଫାର୍ମା କଂପାନୀରେ କାମ କରନ୍ତି । ଲୀଲା ବେଙ୍ଗାଲୁରୁରେ କାମ କରୁଥିବା ବେଳେ ଦିନାକର ଆନ୍ଧ୍ରପ୍ରଦେଶର ଏକ ଫାର୍ମା କଂପାନୀରେ କାମ କରୁଥିଲେ । ତେବେ କଂପାନୀ କାମରେ ଉଭୟ ମଝିରେ ମଝିରେ ଏକାଠି ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ସଂପର୍କ ଏତେ ନିବିଡ଼ ହେଇଗଲା ଯେ, ସେମାନେ ପ୍ରତି ମୁହୂର୍ତ୍ତରେ ସୋସିଆଲ୍ ମିଡିଆରେ ଯୋଡ଼ି ହେଇ ରହିଲେ । ପୁଅ ଘର ଲୋକ ଏକଥା ଜାଣି ପାରି ବିବାହ ପାଇଁ ପ୍ରସ୍ତାବ ଦେବା ପରେ ଘଟଣା ଭିନ୍ନ ମୋଡ଼ ନେଲା । ହେଲେ ଝିଅ ଘର ଲୋକ ସିଧା ସିଧା ମନା କରିଦେଲେ, ଆମେ ଭିନ୍ନ ଜାତିରେ ଝିଅକୁ ବାହା ଦେବୁ ନାହିଁ । ଏକଥା ଶୁଣିବା ପରେ ଲୀଲା ପ୍ରେମିକ ଦିନାକରକୁ ଜଣେଇବା ପରେ ସେ ନଛୋଡ଼ବନ୍ଧା ରହିଲା ।

ତା’ର ଏକା ଜିଦ୍ ସେ ଯେମିତି ହେଲେ ଲୀଲାକୁ ବାହା ହେବ । କିନ୍ତୁ ଝିଅଘର ଲୋକ କୌଣସି ପରିସ୍ଥିତିରେ ବି ରାଜି ହେଉନଥିବା ଦେଖି ଦିନାକର ହଠାତ୍ ଦିନେ ଲୀଲାର ଅଫିସ୍‌?ରେ ପହଞ୍ଚି ତାକୁ ବାହାରକୁ ଡାକିଲା । ଲୀଲା ଆସିବା ପରେ ଉଭୟ ରାସ୍ତା କଡ଼ରେ ଛିଡ଼ା ହୋଇ କଥା ହେବା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଲୀଲା ଘର ଲୋକଙ୍କ ସମର୍ଥନ ନେଇ ଯୁକ୍ତି କରିବାରୁ ଦିନାକର ପୂର୍ବରୁ ଆଣିଥିବା ଏକ ଧାରୁଆ ଛୁରୀରେ ଲୀଲାକୁ ବାରମ୍ବାର ଚୋଟ ମାରିବାକୁ ଲାଗିଲା । ଲାଗ୍ ଲାଗ୍ ୧୬ ଥର ଚୋଟ ମାରିବା ପରେ ଘଟଣାସ୍ଥଳରେ ଲୀଲାର ମୃତ୍ୟୁ ଘଟିଥିଲା । ହଠାତ୍ ଏଭଳି ଭୟଙ୍କର ଦୃଶ୍ୟ ଘଟିଥିବାରୁ କେହି କିଛି ବୁଝିପାରିନଥିଲେ । ଖବର ପାଇ ଭୀମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking