22.1 C
Bhubaneswar
Wednesday, January 15, 2025
Homeଓଡିଶାଗିରଫ ହେଲେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର

ଗିରଫ ହେଲେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର

ଭୁବନେଶ୍ୱର:  ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ପ୍ରଶାନ୍ତ କୁମାର ମହାପାତ୍ର ଗତକାଲି କାର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କଟକ ନିକଟସ୍ଥ ବିରିବାଟୀର ତାରିଣୀ ଛକରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଥିଲା । ଯାଞ୍ଚ ବେଳେ ତାଙ୍କ ପାଖରୁ ନଗଦ ୪.୨୭ ଲକ୍ଷ ଟଙ୍କା ମିଳିଥିଲା । ସେ ଏହି ଟଙ୍କା କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ ବୋଲି ଭିଜିଲାନ୍ସ ଟିମ୍ ପଚାରିଥିଲେ । ତେବେ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଭିଜିଲାନ୍ସ ଅଧିକାରୀମାନଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ତେଣୁ ଭିଜିଲାନ୍ସ ଉକ୍ତ ଟଙ୍କାକୁ ଜବତ କରିଥିଲା । ଏହା ପରେ ଭୁବନେଶ୍ୱରର ଭିଏସ୍‌ଏସ୍ ନଗର ସ୍ଥିତ ତାଙ୍କ ଘର ଓ ଜଗତସିଂହପୁରର ରଘୁନାଥପୁରର ତାରାପୁର ସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଭୁବନେଶ୍ୱର ସ୍ଥିତ ଘରୁ ନଗଦ ୨ ଲକ୍ଷ ୧୯ ହଜାର ୨୬୫ ଟଙ୍କା ମିଳିଥିଲା । ସେହିପରି ତାରାପୁର ସ୍ଥିତ ଭଡ଼ା ଘରୁ ୨୫ ହଜାର ୫୦୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହିପରି ମୋଟ ୬ ଲକ୍ଷ ୭୯ ହଜାର ୪୮୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି । ଯାହାର ହିସାବ ସେ ଦେଇ ପାରି ନଥିଲେ ତେଣୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରୁରୁ ଆରଟିଓ ଟ୍ରାଫିକ ଇନନ୍ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର ଟଙ୍କା ଠୁଳ କରୁଥିବା ନେଇ ପୂର୍ବରୁ ଭିଜିଲାନ୍ସ ଟିମ୍ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking