33.1 C
Bhubaneswar
Friday, April 26, 2024
Homeଓଡିଶାବାଣୀକ୍ଷେତ୍ର ସୁରକ୍ଷା ପରିଷଦ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବାଣୀକ୍ଷେତ୍ର ସୁରକ୍ଷା ପରିଷଦ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର : କେବଳ ସହର ନୁହେଁ  ଗାଁ ମୁହାଁ ହେଉଛି ମହାମାରୀ କରୋନା । ଏହି ସ୍ଥଳେ ପ୍ରଶାସନ ଏକ ପ୍ରକାର ସ୍ଥାଣୁ ହେଲାପରି ଜଣା ପଡୁଛି । ଏହି ପରି ଦୃଶ୍ୟ ବିକାଶର ଆଗଧାଡିର ଜିଲ୍ଲା ଜଗତସିଂହପୁରରେ ଦେଖିବାକୁ ମିଳିଛି । ନା ମିଳୁଛି ସଠିକ୍ ଭାବରେ ଟୀକା କରଣର ସୁବିଧା ନା ଚିକିତ୍ସା ବ୍ୟବସ୍ଥା । ଏ ନେଇ ଆଜି ଜଗତସିଂହପୁରର ଅଗ୍ରଣୀ ସ୍ବେଚ୍ଛାସବୀ ଅନୁଷ୍ଠାନ ବାଣିକ୍ଷେତ୍ର ସୁରକ୍ଷା ପରିଷଦ ତରଫରୁ ସଂଗଠନର ସଦସ୍ୟ ଶକ୍ତିଧର ମିଶ୍ର , ପ୍ରସନ୍ନଜିତ ସାହୁ ,ବଳରାମ ଦଳାଇ , ଦେବାଶିଷ ଚୌଧୁରୀ , ସୁଜିତ୍ କୁମାର ସ୍ବାଇଁ ଏବଂ ଚିନ୍ମୟୀ ବେହେରା ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସାତ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ମୁତାବକ ପ୍ରଥମେ ୧୮-୪୪ ବର୍ଷର ବ୍ୟକ୍ତି ବିଶେଷ ମାନଙ୍କୁ ଟୀକାକରଣ କରାଯାଉ । ସବୁ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଭେଣ୍ଟିଲେଟର ଏବଂ ଆଇସିୟୁର ବ୍ୟବସ୍ଥା କରାଯାଉ । ଜିଲ୍ଲାରେ ଏକ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉ । ଅତି କମରେ ଦୁଇଟି ଆଇସିୟୁ ଥିବା ଆମ୍ୱୁଲାନ୍ସର ବ୍ୟବସ୍ଥା ପ୍ରତି ବ୍ଲକରେ କରାଯାଉ । କରୋନା ପରୀକ୍ଷାକୁ ଦୃତତର କରାଯିବା ସହ ଗ୍ରାମାଞ୍ଚଳ ସ୍ଥରରେ ଟୀକାକରଣ କେନ୍ଦ୍ର କରାଯାଉ ।(ରିପୋର୍ଟ ପ୍ରତାପ କୁମାର ସିଂହ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking