28.9 C
Bhubaneswar
Tuesday, May 13, 2025
Homeଓଡିଶାପୁଣି ମାତିଲେଣି ଦଲାଲ

ପୁଣି ମାତିଲେଣି ଦଲାଲ

ଜଗତସିଂହପୁର : ଜଗତସିଂହପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଦଲାଲଙ୍କ ଉତ୍ପାତ ଶାନ୍ତ ପଡିଥିଲା ବେଳେ ପୁଣି ବର୍ତମାନ ସେମାନଙ୍କ ଉତ୍ପାତ ସାମନାକୁ ଆସିବା ଦେଖାଗଲାଣି ।

ଘଟଣାରୁ ପ୍ରକାଶ ଯେ ସି.ଆର.ସି.ସି.ମାନଙ୍କୁ ବର୍ଷକୁ ଥରେ ଏଫ.ଟି.ଏ ବା ଟ୍ରାଭେଲ ଆଲାଉନ୍ସ ମିଳେ । ଏହି ଏଫ.ଟି.ଏ  ଓ କନଟିଜେନସି ଇତ୍ୟାଦିକୁ ମିଶାଇ ସି.ଆର.ସି.ସି ପିଛା ପ୍ରାୟ ୨୭ ହଜାର ଟଙ୍କା ମିଳିଥାଏ କିନ୍ତୁ ସର୍ବଶିକ୍ଷା କାର୍ଯ୍ୟଳୟରୁ ଏହି ଟଙ୍କା ସି.ଆର.ସି.ସି.ମାନଙ୍କୁ ତୁରନ୍ତ କରେଇଦେବା ପାଇଁ ଜଗତସିଂହପୁର ମୁନ୍ସୀପାଲିଟିର ଦୁଇଜଣ ସି.ଆର.ସି.ସି ଯଥା ସ୍ୱାଇବାବୁ ଓ ପରିଡାବାବୁ ବୁଲିବୁଲି ସି.ଆର.ସି.ସି.ମାନଙ୍କଠାରୁ ପାଞ୍ଚଶହ ଟଙ୍କା ଲେଖାଏ ଆଦାୟ କରୁଛନ୍ତି । ଯଦି ଏଫ.ଟି.ଏ ପାଇଁ  ପାଞ୍ଚଶହ ଲେଖାଏ ଆଦାୟ କରୁଛନ୍ତି ତେବେ କନଟିଜେଏନସି ଓ ଅନ୍ୟାନ୍ୟ ବାବଦକୁ କେତେପୁଣି ଆଦାୟ କରାଯିବ ବୋଲି ପ୍ରଶ୍ନ ଉଠୁଛି । ସର୍ବଶିକ୍ଷା କାର୍ଯ୍ୟଳୟରେ ଦଲାଲି କରୁଥିବା ଏହି ଦୁଇଜଣ ସି.ଆର.ସି.ସି ପ୍ରକୃତରେ ନିଜ ପାଇଁ କିମ୍ବା ଅନ୍ୟ କାହାପାଇଁ ଏହି ଅର୍ଥ ଆଦାୟ କରୁଛନ୍ତି  ତାହା ତଦନ୍ତ ସାପେକ୍ଷ ନଚେତ ଏହି କାର୍ଯ୍ୟାଳୟ ବାରମ୍ବାର ଏଭଳି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଯୋଗୁ ବିବାଦ ଘେରକୁ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking