37.2 C
Bhubaneswar
Friday, April 19, 2024
Homeଓଡିଶାବିଦ୍ଯୁତ୍ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବିଦ୍ଯୁତ୍ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

 

ମୟୂରଭଂଜ-ଆହେତୁକ ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ ଆଜି ପ୍ରଦେଶ କମିଟି ଆହ୍ୱାନ କ୍ରମେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କଂଗ୍ରେସ କମିଟି ତରଫରୁ ବିଦ୍ୟୁତ ବିଭାଗ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ସୂଚନାଯୋଗ୍ୟ ଯେ ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଏବଂ ଗତବର୍ଷ ମହାମାରୀ କରୋନା ଯୋଗୁଁ ସବୁବର୍ଗର ଲୋକଙ୍କ ସହ ବିଦ୍ୟୁତ ବ୍ୟବହାରକାରୀ ଅଣୁ ,କ୍ଷୁଦ୍ର, ମଧ୍ୟମ, ଶିଳ୍ପ ଅନୁଷ୍ଠାନ ଗୁଡିକର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି ।ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ଯୋଗୁଁ କର୍ମଚାରୀମାନେ କାମ ହରାଇଛନ୍ତି । ଲୋକେ କାମଧନ୍ଦା ନ ପାଇ ହାତବାନ୍ଧି ବସିଛନ୍ତି । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ରାଜ୍ୟର ବିଦ୍ୟୁତ ନିୟାମକ ଆୟୋଗ ବିଦ୍ଯୁତ ଦେୟ ୭ମାସରେ ୫୦ ପଇସା ବଢାଇଲେଣି । ଗତଥର ୨୦ ପଇସା ଏବଂ ଚଳିତ ଏପ୍ରିଲରୁ ୩୦ପଇସା ବଢାଇଛନ୍ତି । ନେସ୍କୋ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ବ ତୁଲାଉ ଥିବା ବେଳେ ଏବେ ବିତରଣ ଦାୟିତ୍ବ ଟାଟା ବିଦ୍ୟୁତ୍ ବିତରକ ସଂସ୍ଥାକୁ ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର।ଯାହାଫଳରେ ଟାଟା ବିତରକ ସଂସ୍ଥା ମନମାନିରେ ବିଦ୍ୟୁତ୍ ଦେୟ ଅହେତୁକ ବୃଦ୍ଧି କରି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଉପରେ କୁଠାରାଘାତ କରିଛି । ଏହାଦ୍ବାରା ୨୦୦ୟୁନିଟ ବ୍ୟବହାର କରୁଥିବା ଉପଭୋକ୍ତା ୟୁନିଟ ପିଛା ୫ଟଙ୍କା ୬୦ ଏବଂ ୪୦୦ ୟୂନିଟ ବ୍ୟବହାର କରୁଥିବା ଉପଭୋକ୍ତା ୬ଟଙ୍କା ୨୦ପଇସା ଦେବାକୁ ପଡ଼ିବ । ଧାରଣାରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ବର୍ଷିୟାନ କଂଗ୍ରେସ ନେତା ଅନନ୍ତ ଖୁଣ୍ଟିଆ,ଆଡଭୋକେଟ ବିଶ୍ବନାଥ ଦାସ, ରାଇରଙ୍ଗପୁର ଟାଉନ ସଭାପତି ଅଶୋକ ଅଗ୍ରୱାଲ,ଜାମଦା ବ୍ଳକ ସଭାପତି ସବ୍ୟସାଚୀ ଖୁଣ୍ଟିଆ, ରାଇରଙ୍ଗପୁର ବ୍ଳକ ସଭାପତି ସିମାଲ ମାଝୀ,ଜାମଦା ବ୍ଳକ ପୂର୍ବତନ ଅଧ୍ୟକ୍ଷା ହେଲେନା ବାଗେ,କ୍ଷେତ୍ରମଣି ବାଗେ , ବସନ୍ତ ପଟ୍ଟନାୟକ,ଦୀପକ ମହାନ୍ତି, ଅର୍ଜୁନ ସାହୁ, ମହମ୍ମଦ ଇନ୍ତେଖାବ ପ୍ରମୁଖ ସାମିଲ ହୋଇଥିଲେ । ରାଜ୍ୟ ସରକାର ଯଦି ବିଦ୍ୟୁତ୍ ଦରହ୍ରାସ ପାଇଁ ଠୋସ ପଦକ୍ଷେପ ନ ନିଅନ୍ତି ତେବେ ଆଗାମିଦିନରେ କଂଗ୍ରେସଦଳ ପକ୍ଷରୁ ତିବ୍ର ଆନ୍ଦୋଳନ କରାଯିବ ବୋଲି ନେତୃବୃନ୍ଦ ଚେତାବନୀ ଦେଇ କହିଥିଲେ । ପରେ ଇଲେକ୍ଟ୍ରିକାଲ ଏକଜିକ୍ୟୁଟିଭ ଇଞ୍ଜିନିୟର ଚିନ୍ମୟ ବେହେରାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।
ସେହିପରି ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ସଭାପତି ହେମନ୍ତ କୁମାର ଦାସଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଘୋଷାଲଙ୍କ ନେତୃତ୍ୱରେ ମହିଳା ମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ଵାଳଙ୍କ ସହିତ ବାରିପଦାରୁ ଘାସିରାମ ବେହେରାଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking