31.1 C
Bhubaneswar
Friday, March 14, 2025
Homeଖେଳଏସିଆ କପ୍‌ରୁ ଜାଡେଜା ଆଉଟ୍‌

ଏସିଆ କପ୍‌ରୁ ଜାଡେଜା ଆଉଟ୍‌

ଦୁବାଇ: ଏସିଆ କପ୍‌ର ସୁପର୍‌-୪ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଧକ୍କା ଲାଗିଛି । ଷ୍ଟାର୍ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଆଣ୍ଠୁ ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଅକ୍ଷର ପଟେଲ୍‌ଙ୍କୁ ଟିମ୍‌ରେ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାକିସ୍ତାନ ଏବଂ ହଂକଂ ବିପକ୍ଷ ମ୍ୟାଚ୍‌ରେ ଜାଡେଜା ଟିମ୍‌ରେ ସାମିଲ ଥିବାବେଳେ ଅକ୍ଷର ପଟେଲ୍ ରିଜର୍ଭ ଖେଳାଳି ଭାବେ ୟୁଏଇ ଯାଇଥିଲେ । ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍‌ରେ ଜାଡେଜା ୨୯ ବଲ୍‌ରେ ୩୫ ରନ୍‌ର ଏକ ଚମତ୍କାର ଇନିଂସ୍ ଖେଳିଥିଲେ । ଏଥିରେ ଦୁଇଟି ଲେଖାଏଁ ଛକା ଓ ଚୌକା ମଧ୍ୟ ସାମିଲ ଥିଲା ।

ସେହିପରି ଦୁଇ ଓଭର୍ ବୋଲିଂକରି ସେ ମାତ୍ର ୧୧ ରନ୍ ବ୍ୟୟ କରିଥିଲେ । ହଂକଂ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍‌ରେ ଜାଡେଜା ଟାଇଟ୍ ବୋଲିଂକରି ୪ ଓଭର୍‌ରେ ମାତ୍ର ୧୫ ରନ୍ ବ୍ୟୟ କରିଥିଲେ । ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ । ସେହିପରି ଏକ ଆକର୍ଷଣୀୟ ଥ୍ରୋ’ କରି ଗୋଟିଏ ରନ୍‌ଆଉଟ୍ ମଧ୍ୟ କରିଥିଲେ । ଟି-୨୦ କ୍ରିକେଟ୍‌ରେ ଜାଡେଜା ଉନ୍ନତ ଫର୍ମରେ ଅଛନ୍ତି । ଚଳିତ ବର୍ଷ ସେ ଖେଳିଥିବା ୯ଟି ମ୍ୟାଚ୍‌ରେ ୫୦.୨୫ର ଉନ୍ନର ହାରରେ ୨୦୧ ରନ୍ କରିଛନ୍ତି । ଏହା ମଧ୍ୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୪୧.୫୪ ରହିଛି ।

ତେବେ ବୋଲିଂରେ ସେପରି କିଛି ଖାସ୍ କରିପାରି ନାହାନ୍ତି । ୯ ମ୍ୟାଚ୍‌ରେ ମାତ୍ର ୫ଟି ୱିକେଟ୍ ହାସଲ କରିଛନ୍ତି । ଭାରତୀୟ ଏସିଆ କପ୍ ଟିମ୍‌: ରୋହିତ ଶର୍ମା (କ୍ୟାପ୍‌ଟେନ୍‌), କେଏଲ୍ ରାହୁଲ (ଭାଇସ୍ କ୍ୟାପ୍‌ଟେନ୍‌), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ଦିନେଶ କାର୍ତ୍ତିକ (ୱିକେଟ୍‌କିପର୍‌), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍‌, ଆର୍ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ନୋଇ, ଭୁବନେଶ୍ୱର କୁମାର, ଆଭେସ୍ ଖାନ୍‌, ଅର୍ଶଦୀପ ସିଂହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking