16.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨‘ବହୁତ ହୋଇଗଲା ଅନ୍‌ଲାଇନ୍‌, ଏଣିକି ଅଫ୍‌ଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ’

‘ବହୁତ ହୋଇଗଲା ଅନ୍‌ଲାଇନ୍‌, ଏଣିକି ଅଫ୍‌ଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ’

ମୁମ୍ବାଇ: କୋଭିଡ୍ କଟକଣା ଯୋଗୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍କୁଲ୍‌ମାନଙ୍କରେ ଅନ୍‌ଲାଇନ୍ ଏବଂ ଆସେସ୍‌ମେଣ୍ଟ ପରୀକ୍ଷା କରାଯାଉଥିବା ବେଳେ ବିଭିନ୍ନ ଅଭିଭାବକ ମହଲରେ ଶିକ୍ଷାର ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ଏହାକୁ ଭିତ୍ତି କରି ସୁପ୍ରିମ୍‌କୋର୍ଟରେ ଫେବ୍ରୁଆରୀରେ କେତେକ ଅଭିଭାବକଙ୍କ ପକ୍ଷରୁ ପରୀକ୍ଷା ଅଫ୍‌ଲାଇନ୍‌ରେ କରିବାକୁ ପ୍ରାର୍ଥନା କରାଯାଇଥିଲା । ବର୍ତ୍ତମାନର କୋଭିଡ୍ ପରିସ୍ଥିତିକୁ ଦେଖି ଏବଂ ଦେଶର ଶୈକ୍ଷିତ ବାତାବରଣ ବିଗିଡ଼ି ଯାଉଥିବାକୁ ଭିତ୍ତି କରି ସୁପ୍ରିମ୍‌କୋର୍ଟ ସମସ୍ତ ଆସେସ୍‌ମେଣ୍ଟ ଏବଂ ଅନ୍‌ଲାଇନ୍ ପରୀକ୍ଷାକୁ ବାତିଲ୍ କରିବାକୁ ନିର୍ଦ୍ଦେଶ ଦେବା ସହ ପୂର୍ବଭଳି ସ୍କୁଲ୍ ମାନଙ୍କରେ ପରୀକ୍ଷା ଦେବା ପାଇଁ କହିଥିଲେ । କୋର୍ଟ ନିର୍ଦ୍ଦେଶ ପରେ ଏବେ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ବୋର୍ଡ ପକ୍ଷରୁ ଅଫ୍‌ଲାଇନ୍ ପରୀକ୍ଷା କରାଯିବାକୁ ଘୋଷଣା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ସିବିଏସ୍‌ଇ ବୋର୍ଡ ପକ୍ଷରୁ ଏପ୍ରିଲ୍ ୨୬ରେ ଦଶମ ବୋର୍ଡ ପରୀକ୍ଷା (ଟର୍ମ-୨) ପାଇଁ ଘୋଷଣା କରାଯାଇଛି । ଘୋଷଣା କରାଯାଇଥିବା ପରୀକ୍ଷା ତାରିଖ ପୂର୍ବରୁ ପିଲାଙ୍କୁ ଏଥିଲାଗି ବହୁତ ଅଧିକ ସମୟ ମିଳିଛି ଏବଂ ପିଲାମାନେ ଏଥିଲାଗି ପ୍ରସ୍ତୁତ ରୁହନ୍ତୁ ବୋଲି ମୁମ୍ବାଇର ଅନ୍ଧେରୀ ସ୍ଥିତ ରାଜହଂସ ସ୍କୁଲ୍‌ର ପ୍ରିନ୍ସିପାଲ୍ କହିଛନ୍ତି । ଏହାସହ ପିଲାମାନେ ସେମାନଙ୍କ ଲେଖା ଶୈଳୀ ଦକ୍ଷତା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ମହାରାଷ୍ଟ୍ରରେ ଆଇସିଏସ୍‌ଇ ବୋର୍ଡ ଅଧୀନ ଏକ ସ୍କୁଲ୍‌ର ପ୍ରିନ୍ସିପାଲ୍ ପରିନ୍ ବାଙ୍ଗ୍‌ଲୀ କହିଛନ୍ତି ଉଭୟ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ ଅଧୀନରେ ପଢ଼ୁଥିବା ପିଲାଙ୍କ ଅଭିଭାବକମାନେ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ଦାବି କରୁଥିଲେ । ଫଳରେ କୋର୍ଟ ନିଷ୍ପତ୍ତି ଏବଂ ଅଭିଭାବକଙ୍କ ଦାବିକୁ ଭିତ୍ତି କରି ବୋର୍ଡ ପରୀକ୍ଷା ଅଫ୍‌ଲାଇନ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ବାନ୍ଦ୍ରା ସ୍ଥିତ ପୁରୁଷୋତ୍ତମ ହାଇସ୍କୁଲ୍‌ର ଅଧ୍ୟକ୍ଷ ପ୍ରେମା କୋଟିଆନ୍ କହିଛନ୍ତି ଯେ, ଦୁଇବର୍ଷ ମଧ୍ୟରେ ଅନ୍‌ଲାଇନ୍ ଏବଂ ଆସେସ୍‌ମେଣ୍ଟ ପରୀକ୍ଷା ବହୁତ ହୋଇଗଲା । ଏବେ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ପିଲାମାନେ ନିଜକୁ ପ୍ରସ୍ତୁତ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking