ମାଲାଗା : ରବିବାର ଫାଇନାଲ୍ର ଦ୍ୱିତୀୟ ସିଙ୍ଗଲ୍ସ ମ୍ୟାଚ୍ରେ ଆଲେକ୍ସ ଡି ମିନୋର୍ଙ୍କୁ ୬-୩, ୬-୦ରେ ପରାସ୍ତ କରିବା ସହିତ ଜାନିକ୍ ସିନ୍ନର୍ ଚଳିତ ସପ୍ତାହରେ ନିଜ ରେକର୍ଡ ୫-୦ କରିଛନ୍ତି । ଏହା ସହିତ ଅଷ୍ଟ୍ରେଲିଆକୁ ୨-୦ରେ ହରାଇ ଦୀର୍ଘ ୪୭ ବର୍ଷ ପରେ ଇଟାଲୀକୁ ଡେଭିସ୍ କପ୍ ଟାଇଟଲ୍ ଜିତାଇଛନ୍ତି । ଆଲେକ୍ସି ପପରିନ୍ଙ୍କୁ ୭-୫, ୨-୬, ୬-୪ରେ ହରାଇ ମାଟ୍ଟିଓ ଅର୍ନାଲ୍ଡି ଇଟାଲୀଙ୍କୁ ପ୍ରଥମ ପ୍ରଥମ ଦେଇଥିଲେ । ଶନିବାରର ସେମିଫାଇନାଲ୍ରେ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସ ମ୍ୟାଚ୍ରେ ଟପ୍ ସିଡ୍ ନୋଭାକ୍ ଜୋକେଭିଚ୍ଙ୍କୁ ହରାଇ ସର୍ବିୟାକୁ ବିଦାୟ କରିଥିଲେ । ଇଟାଲିକୁ ବିଜୟୀ କରାଇବା ପାଇଁ ୨୨ ବର୍ଷୀୟ ସିନ୍ନର୍ ଏକ ଘଣ୍ଟା ୨୧ ମିନିଟ୍ ସଂଘର୍ଷ କରିଥିଲେ ।
୧୯୭୬ ମସିହା ବ୍ୟତୀତ କେବେ ବି ଚାମ୍ପିଅନ୍ ହୋଇ ନଥିବା ଇଟାଲୀ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ତିନିଟି ଫାଇନାଲ୍ରେ ହାରିଥିବା ବେଳେ ଗତବର୍ଷ କାନାଡାକୁ ହରାଇ ଉପବିଜେତା ହୋଇଥିଲା । ଅଷ୍ଟ୍ରେଲିଆ ଚଳିତ ବର୍ଷ ଶେଷ ଚାରିଟି ମ୍ୟାଚ୍ରେ ଫିନ୍ଲାଣ୍ଡ୍କୁ ହରାଇଥିବା ଅଷ୍ଟ୍ରେଲିଆ ୨୮ ଥର ଡେଭିସ୍ କପ୍ ଚାମ୍ପିଅନ୍ ହୋଇଛି । ତେବେ ୨୦୦୩ ପରଠାରୁ ଟିମ୍ ଟ୍ରଫି ଜିତିବାରେ ବିଫଳ ହୋଇଛି । ସେହିପରି ଚଳିତ ବର୍ଷ ଅଷ୍ଟ୍ରେଲିଆ ୨୦୦ ଡେଭିସ୍ କପ୍ ମ୍ୟାଚ୍ ଜିତିବାରେ ଆମେରିକା ପରେ ଦ୍ୱିତୀୟ ଦେଶ ହୋଇଛି ।