25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଅଷ୍ଟ୍ରେଲିଆ-ମ୍ୟାଁମାର ଏଏଫ୍‌ସି କପ୍ ମ୍ୟାଚ୍ ନ୍ୟୁଟ୍ରାଲ୍ ଭେନ୍ୟୁକୁ ସ୍ଥାନାନ୍ତରିତ

ଅଷ୍ଟ୍ରେଲିଆ-ମ୍ୟାଁମାର ଏଏଫ୍‌ସି କପ୍ ମ୍ୟାଚ୍ ନ୍ୟୁଟ୍ରାଲ୍ ଭେନ୍ୟୁକୁ ସ୍ଥାନାନ୍ତରିତ

ସିଡ୍‌ନୀ : ଅଷ୍ଟ୍ରେଲିଆ ସରକାର ଭ୍ରମଣକାରୀ ଖେଳାଳିଙ୍କୁ ଭିସା ଦେବାକୁ ମନା କରିଦେବା ପରେ ଅଷ୍ଟ୍ରେଲିଆର ମାକାର୍‌ଥୁର ଏଫ୍‌ସିି ଏବଂ ମିଆଁମାରର ଶାନ୍ ୟୁନାଇଟେଡ୍ ମଧ୍ୟରେ ହେବାକୁ ଥିବା ଏଏଫ୍‌ସି କପ୍ ମ୍ୟାଚକ୍ ସିଡ୍‌ନୀରୁ ବ୍ୟାଙ୍କସ୍ଥିତ ନ୍ୟୁଟ୍ରାଲ୍ ଭେନ୍ୟୁକୁ ସ୍ଥାନାନ୍ତରିତ ହୋଇଛି । ସୋମବାର ଫୁଟ୍‌ବଲ୍ ଅଷ୍ଟ୍ରେଲିଆ (ଏଫ୍‌ଏ) ଏହି ସୂଚନା ଦେଇଛି ।

ସିଡ୍‌ନୀ ଉପକଣ୍ଠ କ୍ୟାମ୍ପ୍‌ବେଲ୍‌ଟାଉନ୍ ଆଧାରିତ ଏ-ଲିଗ୍ କ୍ଲବ୍ ଗତ ସେପ୍ଟେମ୍ବରରେ ୟୁାଙ୍ଗୁନ୍‌ର ଶାନ୍ ୟୁନାଇଟେଡ୍ ବିପକ୍ଷରେ ଏକ ଆୱେ ମ୍ୟାଚ୍ ଖେଳିଥିବାରୁ ମାନବାଧିକାର କମିଶନ ଗ୍ରୁପ୍ ସମାଲୋଚନା କରିଥିଲେ । ଏହି ମ୍ୟାଚ୍ ଏବେ ବ୍ୟାଙ୍କକ୍‌ର ବିଜି ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯିବ । ୨୦୨୧ରେ ସେନା ମ୍ୟାଁମାରରେ କ୍ଷମତା ଦଖଲ କରିବା ପରଠାରୁ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । ନିକଟରେ ସେନା ଓ ସଂଖ୍ୟାଲଘୁ ବିଦ୍ରୋହୀଙ୍କ ସହିତ ଗଣତନ୍ତ୍ର ସମର୍ଥକଙ୍କ ସଂଘର୍ଷ ଘଟି ଦଶ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଅଷ୍ଟ୍ରେଲିଆ ସରକାର ମଧ୍ୟ ବର୍ତ୍ତମାନର ବିପର୍ଯ୍ୟସ୍ତ ପରିସ୍ଥିତିରେ ମ୍ୟାଁମାର ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି ।

ମ୍ୟାଁମାର ବିପକ୍ଷ ମ୍ୟାଚ୍ ଖେଳିପାରି ନଥିଲେ ମାକାରଥୁର ଦ୍ୱିତୀୟ ସ୍ତରୀୟ କଣ୍ଟିନେଣ୍ଟାଲ୍ କ୍ଲବ୍ ପ୍ରତିଯୋଗିତାରେ ସ୍ଥାନ ହରାଇଥାନ୍ତା । ଏହି ବିକଳ୍ପ ବ୍ୟବସ୍ଥାକୁ ଅନୁମୋଦନ କରିଥିବାରୁ ଫୁଟବଲ୍ ଅଷ୍ଟ୍ରେଲିଆ ଏସୀୟ ଫୁଟବଲ୍ ମହାସଙ୍ଘ (ଏଏଫ୍‌ସି)କୁ ଧନ୍ୟବାଦ ଜଣାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking