18.1 C
Bhubaneswar
Saturday, November 23, 2024
Homeଅପରାଧନାବାଳିକା ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ନାବାଳିକା ସହ ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ଲଖନଉ: ଆଠ ବର୍ଷ ପୂର୍ବେ ସମ୍ପର୍କରେ ବର୍ଷର ଭାଣେଜୀଙ୍କୁ ବଳତ୍କାର ପରେ ନିର୍ମମ ହତ୍ୟା କରିବା ମାମଲାରେ ମଙ୍ଗଳବାର ଦିନ ପୋକ୍ସୋ କୋର୍ଟ ଜଣେ ବ୍ୟକ୍ତିଙ୍କୁ ଫାଶୀଦଣ୍ଡ ଦେଇଛନ୍ତି ଶିଶୁ ଯୌନ ଅପରାଧ ସଂରକ୍ଷଣ ଆଇନ(ପୋକ୍ସୋ) ସମ୍ବନ୍ଧୀତ କୋର୍ଟର ସ୍ୱତନ୍ତ୍ର ଜଜ୍ ଅରବିନ୍ଦ ମିଶ୍ର ମଙ୍ଗଳବାର ଦିନ ମହମ୍ମଦ ଆସିଫ ଖାନଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି, ଯେ କି ନିଜର ବର୍ଷର ଭାଣେଜୀକୁ ବଳତ୍କାର କରିବା ପରେ ହତ୍ୟା କରିଥିଲା

ବିଚାରପତି କହିଛନ୍ତି ଯେ, ଅପରାଧୀକୁ ସେପର୍ଯ୍ୟନ୍ତ ଫାଶୀରେ ଝୁଲାଇ ଦିଆଯିବ ଉଚିତ୍, ଯେପର୍ଯ୍ୟନ୍ତ ତାର ମୃତ୍ୟୁ ନହୋଇଛି ଅବଶ୍ୟ କୋର୍ଟ ଏହି ମୃତ୍ୟୁଦଣ୍ଡର ଆଦେଶକୁ ଉଚ୍ଚନ୍ୟାୟାଳୟ ଦ୍ୱାରା ନିଶ୍ଚିତ କରିବାକୁ ପଠାଇଛନ୍ତି ଦଣ୍ଡ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପୂର୍ବରୁ ଏହା ଏକ ଆଇନଗତ ହେବା ଆବଶ୍ୟକ ଜଜ୍ ତାଙ୍କ ୮୩ ପୃଷ୍ଠାର ବିଚାରରେ କହିଛନ୍ତି ଯେ, ଯେଉଁ ପ୍ରକାର ଅପରାଧ କରାଯାଇଛି ତାହା ଦୁଲର୍ଭରୁ ବି ଅତି ଦୁଲର୍ଭ ଶ୍ରେଣୀରେ ଆସୁଛି

ସୂଚନା ଅନୁସାରେ, ୨୦୧୪ ମସିହା ଏପ୍ରିଲ ୪ରେ ପୀଡିତାଙ୍କ ଅଜା ଲଖନଉର ହସନଗଞ୍ଜ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ହୋଇଥିଲା କି, ଶିଶୁ ନିଖୋଜ ଅଛି ଏହାର ସୂଚନା ପୋଲିସକୁ ୧୦୦ ନମ୍ବରରେ ଦିଆଯାଇଥିଲା ସାକ୍ଷୀଙ୍କ ପ୍ରମାଣରୁ କୋର୍ଟ ଜାଣିବାକୁ ପାଇଥିଲେ କି, ଅଭିଯୁକ୍ତ ଆସିଫ ଖାନଙ୍କ ସହ ଶେଷଥର ପାଇଁ ଝିଅ ଆଇସିକ୍ରିମ ଖାଉଥିବାର ଦେଖିବାକୁ ମିଳିଥିଲା ଘଟଣା ଘଟିଥିବା ରାତିରେ ଅଭିଯୁକ୍ତ ଜଣକ ଝିଅର ଶବକୁ ହାତରେ ଧରି ପରିବାର ସାମ୍ନାକୁ ଆସିଥିଲା ସେହି ସମୟରେ ଝିଅର ହାତ ବନ୍ଧା ହୋଇଥିବା ବେଳେ ହାତର ସ୍ନାୟୁ କଟାଯାଇଥିଲା ପଚରାଉଚରା ପରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲା ତା ନିକଟରୁ ରକ୍ତ ଜୁଡୁବୁଡୁ ଛୁରୀ ନିଦ ବଟିକା ଜବତ ହୋଇଥିଲା ଏଭଳି ଅଭିଯୁକ୍ତ ସମାଜରେ ରହିବା ଯୋଗ୍ୟ ନୁହେଁ ଏହାକୁ ଫାଶୀରେ ଝୁଲାଇବା ଉଚିତ୍ ବୋଲି କୋର୍ଟ କହିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking