17.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଆର୍ଥିକ ମାନ୍ଦାବସ୍ଥାରେ ଆଇଟି ସେକ୍ଟର, ଦୈନିକ ୧୬୦୦ କର୍ମଚାରୀ ଛଟେଇ

ଆର୍ଥିକ ମାନ୍ଦାବସ୍ଥାରେ ଆଇଟି ସେକ୍ଟର, ଦୈନିକ ୧୬୦୦ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ: ପୂରା ବିଶ୍ୱରେ ଗମ୍ଭୀର ସ୍ଥିତିରେ ଆଇଟି ସେକ୍ଟର । ମାନ୍ଦାବସ୍ଥା ଭୟ ଦେଖାଦେଇଥିବା ବେଳେ କମ୍ପାନୀଗୁଡ଼ିକ ଖର୍ଚ୍ଚ କାଟ କରିବା ସହ ତିଷ୍ଠି ରହିବା ପାଇଁ ସଂଘର୍ଷ ଚଳାଇଛନ୍ତି। ସେଥିପାଇଁ ସେମା‌ନେ କର୍ମଚାରୀ ଛଟେଇ ଭଳି କଠୋର ନିଷ୍ପତ୍ତି ନେଉଛନ୍ତି। ୨୦୨୩ ଜାନୁଆରୀରେ ବିଶ୍ବବ୍ୟାପୀ ପ୍ରତିଦିନ ହାରାହାରି ଭାବେ ୧୬୦୦ କର୍ମଚାରୀ ଛଟେଇର ଶିକାର ହୋଇଛନ୍ତି। ୨୦୨୨ରେ ୧୦୦୦ରୁ ଅଧିକ କମ୍ପାନୀ ‌୧ ଲକ୍ଷ ୫୪ ହଜାର ୩୩୬ କର୍ମଚାରୀଙ୍କୁ ଛଟେଇ କରିଥିଲେ । ବିଶ୍ୱସ୍ତରରେ ଟ୍ୱିଟର, ମେଟା, ସ୍ନାପ୍‌ଚାଟ୍‌, ମାଇକ୍ରୋପ୍ଟ, ଏଚ୍‌ପି, ଆମାଜନ ଭଳି ସଂସ୍ଥା କର୍ମଚାରୀ ଛଟେଇ କରିବାକୁ ବାଧ୍ୟ ହୋଇଛନ୍ତି। ଭାରତରେ ଚଳିତ ମାସରେ ଓଲା ଏହାର ୨୦୦ କର୍ମଚାରୀଙ୍କୁ ବିଦା କରିଛି। ସେମାନେ ଏକ ସ୍ୱତନ୍ତ୍ର ପ୍ରକଳ୍ପରେ କାମ କରୁଥିଲେ। ୨୦୨୩ରେ ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟାପୀ ୯୧ଟି କମ୍ପାନୀ ୨୪ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଆମାଜନ ଏହାର ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ସେଥିରେ ଭାରତରେ କାମ କରୁଥିବା ୧୦୦୦ କର୍ମଚାରୀ ଥିଲେ। ୨୦୨୨ରେ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ମିଳିତ ଭାବେ ୨୦ ହଜାର କର୍ମଚାରୀଙ୍କୁ ବିଦା କରିଛନ୍ତି। ୨୦୨୨ରେ ଷ୍ଟାର୍ଟଅପ୍‌ଙ୍କୁ ମିଳୁଥିବା ପାଣ୍ଠିରେ ୨୨ ପ୍ରତିଶତ ହ୍ରାସ ହୋଇଛି।

ଆମାଜନ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବା ନେଇ ପ୍ରସ୍ତୁତି ଚଳାଇଛି । କମ୍ପାନୀରେ ଚାକିରି କରୁଥିବା ୧୮,୦୦୦ କର୍ମଚାରୀଙ୍କୁ ଏହି ମାସ ଭିତରେ ବାହାର କରାଯିବ ବୋଲି ଘୋଷଣା କରିଛି । ଏହି ଛଟେଇରେ ଅନେକ କର୍ମଚାରୀ ପ୍ରଭାବିତ ହେବେ ବୋଲି ସୂଚନା ମିଳିଛି । ଗତବର୍ଷ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଛଟେଇ ସାଧାରଣତଃ ରିଟେଲ ବିଭାଗ ଏବଂ ମାନବ ସମ୍ବଳ ଉପରେ ପ୍ରଭାବ ପକାଇବ। ଏହି କଟକଣା କମ୍ପାନୀର ସମୁଦାୟ ୧ ପ୍ରତିଶତ ଲୋକମାନଙ୍କ ଉପରେ ରହିଛି । ଆମାଜନ ବହିଷ୍କୃତ କର୍ମଚାରୀଙ୍କୁ ପାଞ୍ଚ ମାସ ଅଗ୍ରୀମ ବେତନ ପ୍ରଦାନ କରିବ। କର୍ମଚାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦିନରେ ନେତୃତ୍ୱ ଦଳକୁ ଭେଟିବାକୁ କୁହାଯାଇଛି।

ମାନ୍ଦାବସ୍ଥାର ଆଶଙ୍କା ମଧ୍ୟରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି କରୁଛି ପ୍ରତିଷ୍ଠିତ କମ୍ପାନି ମାଇକ୍ରୋସଫ୍ଟ। ରାଜସ୍ବ ହ୍ରାସ ପାଉଥିବାରୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି। ମାଇକ୍ରୋସଫ୍ଟ ପୂର୍ବରୁ ଆମାଜନ, ସେଲ୍ସଫୋନ୍ ପରି କମ୍ପାନୀ ମଧ୍ୟ ବ୍ୟାପକ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରି ସାରିଛନ୍ତି। ସେୟାରଚାଟ୍ ମଧ୍ୟ ୬୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ମାଇକ୍ରୋସଫ୍ଟ କହିଛି, ନିଜର ହାର୍ଡଓୱୟାର ବିଭାଗରେ ମଧ୍ୟ ପରିବର୍ତ୍ତନ କରୁଛି। ଭଡାରେ ନିଆଯାଇଥିବା କିଛି କାର୍ଯ୍ୟାଳୟ ବନ୍ଦ କରୁଛି। ଏହି ପଦକ୍ଷେପରେ ପ୍ରାୟ ୧.୨ ବିଲିୟନ ଡଲାର ବଞ୍ଚିଯିବ ବୋଲି କମ୍ପାନୀ ଆଶା ରଖିଛି। ଆର୍ଥିକ ବର୍ଷ ୨୦୨୩ ଶେଷ ସୁଦ୍ଧା ପ୍ରାୟ ମୋଟ୍ କର୍ମଚାରୀର ୫ ପ୍ରତିଶତ ହ୍ରାସ କରାଯିବ। ଖରାପ ଆର୍ଥିକ ସ୍ଥିତି କାରଣରୁ ଏମିତି କଠୋର ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking