28.1 C
Bhubaneswar
Thursday, May 2, 2024
Homeଓଡିଶାଜୁନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷିଲା

ଜୁନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷିଲା

ଭୁବନେଶ୍ୱର: ୧ ଜୁନରୁ ବର୍ତମାନ ସୁଦ୍ଧା ଓଡିଶାରେ ୧୫୬.୬ ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ୧୪୬.୮ ମିମି ଠାରୁ ୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୭ରେ ନିଅଣ୍ଟିଆ, ୩ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ଓ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ପୁରୀ, ସୁନ୍ଦରଗଡ, ଓ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ରାୟଗଡା, ଗଂଜାମ, ଗଜପତି, ଯାଜପୁର, ଭଦ୍ରକରେ ନିଅଣ୍ଟିଆ ବର୍ଷା ହୋଇଛି । କନ୍ଧମାଳ ଓ କେନ୍ଦୁଝର ଆଦି ୭ ଜିଲ୍ଲାରେ ସ୍ୱାଭାବିକ ଠାରୁ ନିଅଣ୍ଟିଆ ବର୍ଷା ହୋଇଛି । ସୁନ୍ଦରଗଡରେ ସର୍ବାଧିକ ୨୪୭.୨ ମିମି, ଗଂଜାମରେ ସର୍ବନିମ୍ନ ୭୪.୯ ମିମି ବର୍ଷା ହୋଇଛି ।

ସୂଚନାଯୋଗ୍ୟ , ଜୁନରୁ ସେପ୍ଟେମ୍ୱର ଲଙ୍ଗ ଟର୍ମ ଆଭରେଜରେ ୧୦୧ପ୍ରତିଶତ ବୃଷ୍ଟିପାତ ହୋଇପାରେ ବୋଲି ପୂର୍ବାନୁମାନ କରିଥିଲା ଭାରତୀୟ ପାଣିପାଗ ବିଭାଗ । ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ବର୍ଷା ବୋଲି ଆକଳନ କରାଯାଏ । କେନ୍ଦ୍ରୀୟ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଉତ୍ତର ଓ ଦକ୍ଷିଣ ଭାରତରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ନେଇ ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ରୀୟ ଭାରତରେ ଯାଉଛି ଓଡ଼ିଶା । ତେଣୁ ଜୁନରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଯାହାକି ଚାଷୀକୂଳ ପାଇଁ ଏକ ଆଶ୍ୱସ୍ତିକର ଖବର । ଆସନ୍ତା ୩ ତାରିଖରେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମାତ୍ର , ୧ ଜୁନରୁ ବର୍ତମାନ ସୁଦ୍ଧା ଓଡିଶାରେ ୧୫୬.୬ ମିମି ବର୍ଷା ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking