29.1 C
Bhubaneswar
Saturday, July 27, 2024
Homeଅପରାଧଅନ୍ୟ ଯୁବକଙ୍କ ସହ ମୋବାଇଲରେ କଥା ହେବ ସ୍ତ୍ରୀଙ୍କୁ ପଡିଲା ମାହାଙ୍ଗା ; ତଣ୍ଟିଚିପି ହତ୍ୟା...

ଅନ୍ୟ ଯୁବକଙ୍କ ସହ ମୋବାଇଲରେ କଥା ହେବ ସ୍ତ୍ରୀଙ୍କୁ ପଡିଲା ମାହାଙ୍ଗା ; ତଣ୍ଟିଚିପି ହତ୍ୟା ନୃସଂଶ ସ୍ୱାମୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବଲିପାଲିରେ ଗାଁ ଘଟିଛି ଅଭାବନୀୟ ଘଟଣା । ଗତକାଲି ଅର୍ଦ୍ଧ ଦଗ୍ଧ ମୃତଦେହକୁ ଉଦ୍ଧାର କରିଛି ବୀରମହାରାଜପୁରର ପୁଲିସ୍। ମୃତକ ହେଲେ ୨୪ ବର୍ଷୀୟା ମନ୍ଦାକିନୀ ପଟନିଆ। ମୃତକ ମନ୍ଦାକିନୀ ପଟନିଆ ଓ ଅଭିଯୁକ୍ତ ଲିଙ୍ଗ ଦେହୁରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଗତକାଲି ମନ୍ଦାକିନୀ ଅନ୍ୟ ଜଣେ ଯୁବକଙ୍କ ସାଙ୍ଗରେ ମୋବାଇଲରେ କଥା ହେଉଥିବା ଶୁଣିବାକୁ ପାଇଥିଲା ଲିଙ୍ଗ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଲିଙ୍ଗ ରାଗିଯାଇ ମନ୍ଦାକିନୀଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ମନ୍ଦାକିନୀଙ୍କ ମୃତଦେହକୁ ଏକ ପରିତ୍ୟକ୍ତ ସ୍ଥାନକୁ ନେଇ ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ । ପରେ ଘଟଣା ଜଣାପଡିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ତେବେ ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଲିଙ୍ଗ ଦେହୁରୀକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking