27.1 C
Bhubaneswar
Friday, June 28, 2024
Homeଅପରାଧଦୁଇ ବର୍ଷ ହେଲା ସ୍କୁଲ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ

ଦୁଇ ବର୍ଷ ହେଲା ସ୍କୁଲ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ

ପାଟନା: ବିହାରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ସହରସା ଜିଲ୍ଲାରେ ଜଣେ ନାବାଳିକା ଛାତ୍ରୀଙ୍କୁ ସ୍କୁଲ ଭିତରେ ଦୁଷ୍କର୍ମ କରାଯାଇଛି । ଗତ ଦୁଇ ବର୍ଷ ହେଲା ନାବାଳିକା ପଢୁଥିବା ସ୍କୁଲରେ ଦୁଷ୍କର୍ମର ଶିକାର ହୋଇଆସୁଛନ୍ତି । ଏନେଇ ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ସ୍କୁଲ ନିର୍ଦ୍ଦେଶକଙ୍କ ପୁଅକୁ ଗିରଫ କରିଛି । ନିର୍ଦ୍ଦେଶକଙ୍କ ପୁଅ ହିଁ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ ଏବଂ ଏଥିରେ ଜଣେ ଶିକ୍ଷୟିତ୍ରୀ ତାଙ୍କୁ ସହାୟତା କରୁଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଶିକ୍ଷୟିତ୍ରୀ ଜଣକ ତାଙ୍କୁ ଜୋର ଜବରଦସ୍ତ ଗୋଟିଏ କୋଠରୀକୁ ଟାଣି ନେଇଯାଉଥିଲେ । ସ୍କୁଲ ନିର୍ଦ୍ଦେଶକଙ୍କ ପୁଅ ତାଙ୍କୁ ଦୁଷ୍କର୍ମ କରୁଥିଲେ । ଲୋକଲଜ୍ଜା ଓ ଜୀବନ ଭୟରେ ସେ ଏ ବିଷୟରେ କାହାରିକୁ କିଛି କହିପାରୁନଥିଲେ । ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଶେଷରେ ନାବାଳିକା ସ୍କୁଲ ଯିବା ବନ୍ଦ କରିଦେଇଥିଲେ । ତେଣେ ଝିଅର ପାଠପଢାରେ ମନ ଲାଗୁନଥିବାରୁ ସେ ସ୍କୁଲ ଯିବାକୁ ଆଗ୍ରହୀ ହେଉଥିବା ବାପାମାଆ ଭାବି ନେଇଥିଲେ । ପୋଲିସ କହିଛି ଯେ, ଅଭିଯୁକ୍ତ ନାବାଳିକାଙ୍କୁ ସ୍ଲୁଲ ଲାଇବ୍ରେରୀ ପାଖ ଗୋଟିଏ କୋଠରୀକୁ ନେଇ ଦୁଷ୍କର୍ମ କରୁଥିଲା ।

ଦୁଇ ବର୍ଷ ହେଲା ପୀଡିତା ଦୁଷ୍କର୍ମର ଶିକାର ହୋଇଥିଲେ । ଏଥିପାଇଁ ତାଙ୍କର ମାନସିକ ସ୍ଥିତି ପୁରାପୁରି ଦୋହଲି ଯାଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ବାପାମାଆ ପଚରାଉଚରା କରିବାରୁ ସେ ନିଜ ସହିତ ଘଟିଥିବା ପାଶବିକ ଆଚରଣ ସମ୍ପର୍କରେ ସବୁ କଥା ଜଣାଇଥିଲେ । ଏହାପରେ ପୀଡିତାଙ୍କ ବାପାମାଆ ଥାନାରେ ପହଞ୍ଚି ସ୍କୁଲ ନିର୍ଦ୍ଦେଶକଙ୍କ ପୁଅ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ କରି ପାଟନାରୁ ଅଭିଯୁକ୍ତକୁ ଗିରଫ କରିଛି । ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପୋଲିସ ହେପାଜତକୁ ନେଇଥିବା ବେଳେ ପଚରାଉଚରା କରି ଛାଡି ଦେଇଥିବା ଜଣାପଡିଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି । ଘଟଣା ସମ୍ପର୍କରେ ସ୍କୁଲ ଡାଇରେକ୍ଟର କହିଛନ୍ତି ଯେ, ଯଦି ମୋ ପୁଅ କିଛି ଭୁଲ୍ କରିଥାଏ, ତାହେଲେ ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ଉଚିତ୍ । ଆଜୀବନ କାରାଦଣ୍ଡ ହୋଇଗଲେ ବି ସେ ତିଳେ ମାତ୍ର ଦୁଃଖ କରିବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking