ନୂଆଦିଲ୍ଲୀ: ପ୍ରତ୍ୟେକ ଶରୀରରେ ପୃଷ୍ଟିକର ତତ୍ବର ଅନେକ ଆବଶ୍ୟକତା ରହିଛି। ଭିଟାବିନ୍ ସି, ପ୍ରୋଟିନ, କାର୍ବୋହାଇଡ୍ରେଟ ଭଳି ପୋଷଣ ଶରୀର ପାଇଁ ଅତ୍ୟନ୍ତ ଜରୁରୀ। ଏଥିପାଇଁ ପ୍ରଚୁର ପରିମାଣରେ ସବୁଜ ପନିପରିବା ଖାଇବାର ଆବଶ୍ୟକତା ରହିଛି। ସମାନ ଭାବରେ ଫଳ ମଧ୍ୟ ଶରୀର ପାଇଁ ଜରୁରୀ। ଯେପରିକି ଅଁଳା । ଯେଉଁଥିରେ ରହିଛି ଆୟୁର୍ବେଦିକ୍ ଔଷଧୀୟ ଗୁଣ। ଯାହା ଫଳରେ ସ୍ୱାସ୍ଥ୍ୟବିତ୍ମାନେ ମଧ୍ୟ ଅଁଳା ଖାଇବାକୁ ପରାମର୍ଶ ଦେଉଛନ୍ତି। ଆସନ୍ତୁ ଜାଣିବା ଅଳାଁର ଲାଭ ବିଷୟରେ…
ଇମ୍ୟୁନିଟି ବୁଷଟର: ଖବର ଅନୁସାରେ ଅଁଳାରେ ଭିଟାବିନ୍ ସି, ବିଟା କେରାଟିନ୍, ଗୌଲିକ୍ ଏସିଡ୍ ଓ ଭିଟାବିନ୍ ବି ଭରପୁର ରହିଥାଏ। ଯାହା ଇମ୍ୟୁନିଟି ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ।ସ୍କିନ ଏବଂ କେଶ ମଧ୍ୟକୁ ସୁସ୍ଥ ରଖିଥାଏ
ଆଳାଁ-ସ୍କିନ ପାଇଁ ଲାଭଦାୟକ: ଅଁଳା ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନ୍ରେ ଭରପୁର ହୋଇଥିବାରୁ ଏହା ବ୍ଲଡ ପ୍ୟୁରିଫାଏ କରିବା ସହ ତ୍ୱଚାକୁ ଭଲ ରଖିଥାଏ। ତେଣୁ ସବୁଦିନ ଅଁଳା ଖାଇବା ଦ୍ବାରା ସ୍କିନରେ ଚମକ ଆସିଥାଏ।
ହ୍ରାସ କରେ ଓଜନ: ମୋଟା ଥିବା ଲୋକ ପାଇଁ ଅଁଳା ଜୁସ୍ ବହୁତ ଭଲ ହୋଇଥାଏ। କାରଣ ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ।
ନିୟନ୍ତ୍ରଣରେ ରଖେ କୋଲେଷ୍ଟ୍ରଲ: ଅଁଳା ସବୁଦିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ରହିବା ସହ ଡାଇବେଟିସ୍ ଭଳି ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। କ୍ୟାନ୍ସର, ହାର୍ଟ ରୋଗ ଭଳି ଗମ୍ଭୀର ରୋଗ ପାଇଁ ମଧ୍ୟ ଉପକାରୀ ହୋଇଥାଏ ଅଳାଁ।