28.1 C
Bhubaneswar
Tuesday, July 8, 2025
Homeଦେଶ ବିଦେଶ୯ ଟି ଉପଗ୍ରହର ସଫଳ ଉତକ୍ଷେପଣ

୯ ଟି ଉପଗ୍ରହର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ : ଆନ୍ଧ୍ର ଶ୍ରୀହରିକୋଟାରେ ଇତିହାସ ରଚିଛି ଇସ୍ରୋ। ଆଜି ଅପରାହ୍ନରେ ଅର୍ଥ ଅବଜର୍ଭେସନ ସାଟେଲାଇଟ ଲଞ୍ଚ କରିଛି ଇସ୍ରୋ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ EOS-01 ସାଟେଲାଇଟ ଉତକ୍ଷେପଣ କରିଛି ଇସ୍ରୋ । PSLV-C49 ରକେଟ ଯୋଗେ ଇସ୍ରୋ ଏହି ସାଟେଲାଇଟ୍‌ ପଠାଇଛି । EOS-01 ସହ ଅନ୍ୟ ଦେଶର ୯ଟି ସାଟେଲାଇଟ୍‌ ପଠାଯାଇଛି । ତେବେ କୃଷି ଓ ପ୍ରାକୃତିକ ଦୁର୍ବିପାକ ସମ୍ପର୍କିତ ତଥ୍ୟ ଯୋଗାଇବ ଏହି ସାଟେଲାଇଟ । ଏହା ସାଟେଲାଇଟ ଯାନ PSLV-C49ର ୫୧ତମ ଅଭିଯାନ । ଆଜି କକ୍ଷପଥରେ ସ୍ଥାପନ ନିମନ୍ତେ ‘ପିଏସ୍‌ଏଲ୍‌ଭି ସି-୪୯’ ନେଇଥିବା କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍‌ମାନଙ୍କ ମଧ୍ୟରୁ ‘ଇଓଏସ୍‌-୦୧’ ହେଉଛି ଗୁରୁତ୍ବପୂର୍ଣ୍ଣ। ଏହି ‘ଆର୍ଥ ଅବ୍‌ଜର୍‌ଭେସନ୍‌ ସାଟେଲାଇଟ୍‌’ (ଇଓଏସ୍‌) କୃଷି, ବନୀକରଣ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହାୟକ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking