33.1 C
Bhubaneswar
Monday, May 4, 2026
Homeଦେଶ ବିଦେଶଗାଜା ଉପରେ ଇସ୍ରାଏଲର ଆକ୍ରମଣ ; ଗଲାଣି ୪୦ ପାଲେଷ୍ଟାଇନଙ୍କ ଜୀବନ

ଗାଜା ଉପରେ ଇସ୍ରାଏଲର ଆକ୍ରମଣ ; ଗଲାଣି ୪୦ ପାଲେଷ୍ଟାଇନଙ୍କ ଜୀବନ

ଗାଜା : ଇସ୍ରାଏଲ ପକ୍ଷରୁ ଗାଜା ଉପତ୍ୟକାରେ ପ୍ରଚଣ୍ଡ ଆକ୍ରମଣ କରାଯାଇଥିବାବେଳେ ୪୦ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ଆହତ ୨୨୪ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ହମାସ ଆତଙ୍କବାଦୀ ସଂଗଠନର ମୁଖପାତ୍ର ସୂଚନା ଦେଇଛନ୍ତି। ଫଳରେ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପ୍ରାଣ ହରାଇଥିବା ପାଲେଷ୍ଟାଇନ ନାଗରିକଙ୍କ ସଂଖ୍ୟା ୩୭,୮୩୪ ଛୁଇଁଥିବାବେଳେ ପ୍ରାୟ ୮୭ ହଜାର ଲୋକ ଆହତ ହୋଇଥିବା କୁହାଯାଇଛି। ଇସ୍ରାଏଲ ସେନା ଗାଜା ସମେତ ରାଫା ଓ ସୁଜାଇୟା ସହର ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି। ଆକ୍ରମଣରେ ଗାଜା ସହର ଏକପ୍ରକାର ଶ୍ମଶାନରେ ପରିଣତ ହୋଇଥିବାବେଳେ ହମାସ୍‌ ଆତଙ୍କବାଦୀମାନେ ବର୍ତ୍ତମାନ ରାଫା ଓ ସୁଜାଇୟା ସହରକୁ ସେମାନଙ୍କର ଆଡ୍ଡାସ୍ଥଳୀ ବାଛିଛନ୍ତି। ହମାସ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଲକ୍ଷ୍ୟରେ ଇସ୍ରାଏଲ ପକ୍ଷରୁ ଉଭୟ ଆକାଶ ଓ ସ୍ଥଳପଥରେ ଆକ୍ରମଣ ଜାରି ରଖିଛି। ବିଗତ ଚବିଶ ଘଣ୍ଟା ମଧ୍ୟରେ ହୋଇଥିବା ଆକ୍ରମଣରେ ହମାସ ସଂଗଠନର କେତେକ ତୁଙ୍ଗ କମାଣ୍ଡର ପ୍ରାଣ ହରାଇଛନ୍ତି ବୋଲି ଇସ୍ରାଏଲ ସେନା ମୁଖପାତ୍ର ଅଭିଛାୟ ଆଦ୍ରାଇ କହିଛନ୍ତି। ଏଥିସହିତ ହମାସ୍‌ ସଂଗଠନର ଏକାଧିକ ଆଡ୍ଡାସ୍ଥଳୀ ମଧ୍ୟ ଧ୍ବଂସ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking