29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ: ଚାଲିଗଲା ୩୦ ଜୀବନ

ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ: ଚାଲିଗଲା ୩୦ ଜୀବନ

ଜେରୁଜେଲମ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୪୯ ଦିନ ବିତିଗଲାଣି । ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଷ୍ଟ୍ରିପ ଉପରେ ଏୟାରଷ୍ଟ୍ରଇକ୍ କରୁଛି । ଗାଜାରେ ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଦ୍ୱାରା ପରିଚାଳିତ ଆବୁ ହୁସେନ ସ୍କୁଲ ଉପରେ ଇସ୍ରାଏଲ ଆକ୍ରମଣ କରିଛି ।

ଏହି ଆକ୍ରମଣରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୩ ଜଣ ଆହତ ହୋଇଛନ୍ତି । ପାଲେଷ୍ଟାଇନର ଜଣେ ଡାକ୍ତର ଦାବି କରିଛନ୍ତି । ଗାଜା ଷ୍ଟ୍ରିପରେ ମୃତ୍ୟୁବରଣ କରିଥିବା ପାଲେଷ୍ଟାଇନୀୟଙ୍କ ସଂଖ୍ୟା ୧୪୫୩୨ରେ ପହଞ୍ଚିଛି । ହିଂସା ଏବଂ ବୋମା ବିସ୍ଫୋରଣରୁ ରକ୍ଷା ପାଇବା ପାଇଁ ହଜାର ହଜାର ପାଲେଷ୍ଟାଇନବାସୀ ଜବାଲିଆ ଶରଣାର୍ଥୀ ଶିବିରରେ ରହିବାକୁ ଆସିଛନ୍ତି । ଇସ୍ରାଏଲ ସେନା କ୍ୟାମ୍ପ ଭିତରେ ଚାଲିଥିବା ବିଦ୍ୟାଳୟକୁ ଟାର୍ଗେଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking