ଦାମାସ୍କସ୍: ଆମେରିକା ପକ୍ଷରୁ ବୁଧବାର ରାତିରେ ସିରିୟାର ଆଟ୍ମେ୍ ସହର ଉପରେ ବିମାନରୁ ପ୍ରଚଣ୍ଡ ବୋମାମାଡ କରାଯାଇଛି । ଏଠାରେ ସକ୍ରିୟ ଥିବା ଅଲ୍-କାଏଦା ଆତଙ୍କବାଦୀ ଏବଂ ଆଇଏସ୍ ଆତଙ୍କବାଦୀ ସଂଗଠନର ମୁଖ୍ୟ ଅବୁ ଇବ୍ରାହିମ ସମେତ ଅନ୍ୟ ଆତଙ୍କୀଙ୍କୁ ନିପାତ କରିବା ଏହାର ମୁଖ୍ୟ କାରଣ ଥିଲା । ତେବେ ଏହି ଆକ୍ରମଣ ପୂର୍ବରୁ ଆଇଏସ୍ ସଂଗଠନର ମୁଖ୍ୟ ଅବୁ ଇବ୍ରାହିମ୍ ଅଲ୍-ହାସିିମି ଅଲ୍ କ୍ୟୁରେସୀ ବିସ୍ଫୋରଣ ଜରିଆରେ ପରିବାର ସମେତ ନିଜକୁ ଉଡାଇ ଦେଇଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏହି ଆକ୍ରମଣରେ ୧୩ ଆଇଏସ୍ ଆତଙ୍କବାଦୀ ନିହତ ହୋଇଥିବା ଆମେରିକା ଦାବି କରିଛି । ସୂଚନାଯୋଗ୍ୟ ୨୦୧୯ରେ ଆମେରିକାର ବିମାନ ଆକ୍ରମଣରେ ଆଇଏସ୍ ସଂଗଠନର ତତ୍କାଳୀନ ମୁଖ୍ୟ ଅବୁ ବାକର ଅଲ୍-ବାଗଦାଦିର ମୃତ୍ୟୁ ଘଟିଥିଲା । ଏହାପରେ ଅବୁ ଇବ୍ରାହିମ ସଂଗଠନର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲା ।