31.1 C
Bhubaneswar
Saturday, July 12, 2025
Homeଖେଳଆଇପିଏଲ୍‌ ୨୦୨୦ : ୫୯ ରନରେ ଜିତିଲା ଦିଲ୍ଲୀ

ଆଇପିଏଲ୍‌ ୨୦୨୦ : ୫୯ ରନରେ ଜିତିଲା ଦିଲ୍ଲୀ

ଦୁବାଇ:ଦୁବାଇ ସ୍ପୋର୍ଟସ ସିଟି ପଡ଼ିଆରେ ଖେଳା ଯାଇଥିବା ଆଇପିଏଲ୍‌ର ଊନ୍ନବିଂଶ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଶ୍ରେୟସ୍ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ତା’ ସହ ମୁମ୍ବାଇ ଇଣ୍ଡିଆନ୍ସକୁ ହଟାଇ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ତାରକା ଖଚିତ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ମାତ୍ର ୧୩୭ ରନ୍ କରି ପାରିଥିଲା। ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡ଼ିକଲ ଓ ଆଦାମ ଜାମ୍ପାଙ୍କ ସ୍ଥାନ ନେଇଥିବା ମୋଇନ ଅଲ୍ଲୀ ବିଫଳ ହୋଇଥିଲେ। ଆରୋନ ଫିଞ୍ଚ୍‌ ମଧ୍ୟ ମାତ୍ର ୧୩ରନ୍‌ କରିପାରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀର ଅଧିକାଂଶ ବୋଲର ମାପଚୁପ ବୋଲିଂ କରି ଆର୍‌ସିବିକୁ ଘାଇଲା କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking