28.1 C
Bhubaneswar
Tuesday, July 15, 2025
Homeଖେଳସିଏସକେ କୁ ହରାଇଲା କୋଲକାତା ନାଇଟ ରାଇଡର୍ସ

ସିଏସକେ କୁ ହରାଇଲା କୋଲକାତା ନାଇଟ ରାଇଡର୍ସ

ନୂଆଦିଲ୍ଲୀ : ଦୀନେଶ କାର୍ତିକଙ୍କ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ ବୁଧବାର ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ସ ପ୍ରିମିୟର ଲିଗ୍‌)ର ୨୧ତମ ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ସଂସ୍କରଣରେ ପ୍ରଥମ ଥର ପରସ୍ପର ମୁହାଁମୁହିଁ ହୋଇଥିଲେ। ହେଲେ ଏଥିରେ ଧୋନିଙ୍କୁ ହରାଇଦେଲେ କାର୍ତ୍ତିକ। ରାହୁଲ ତ୍ରୀପାଠୀ (୮୧)ଙ୍କ ଦମ୍‌ଦାର ଅର୍ଧଶତକ ଆଗରେ ଫିକା ପଡ଼ିଗଲା ସେନ୍‌ ୱାଟ୍‌ସନ୍‌ (୫୦)ଙ୍କ ଅର୍ଧଶତକ। ଚେନ୍ନାଇ ୧୦ ରନ୍‌ରେ କୋଲ୍‌କାତା ନିକଟରୁ ହାରିଗଲା। କୋଲ୍‌କାତାର ୧୬୭ ରନ୍‌ ଜବାବରେ ଚେନ୍ନାଇ ୫ ୱିକେଟ୍‌ ବିନିମୟରେ ୧୫୭ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଏଥି ସହିତ ଚେନ୍ନାଇ ନିଜର ଷଷ୍ଠ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଥିଲା ବେଳେ କୋଲ୍‌କାତା ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କଲା। ପୁଣି କୋଲ୍‌କାତା ପଏଣ୍ଟ୍‌ ତାଲିକାରେ ଚତୁର୍ଥରୁ ତୃତୀୟ ସ୍ଥାନକୁ ଲମ୍ଫ ମାରିଥିଲା ବେଳେ ଚେନ୍ନାଇ ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking